ETV Bharat / state

ଯୁବତୀ ଚାଲାଣ ରାକେଟ୍ ଘଟଣାର ପର୍ଦ୍ଦାଫାଶ, 3 ଗିରଫ - trafficking racket busted of rairangpur

ଚାକିରି ଯୋଗାଇଦେବା କହି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଦୁଇ ଜଣ ଯୁବତୀଙ୍କୁ ମଧ୍ୟପ୍ରଦେଶ ଚାଲାଣ କରାଯାଇଥିବା ଘଟଣାର ପର୍ଦ୍ଦାଫାଶ । ଅଧିକ ପଢନ୍ତୁ...

ଯୁବତୀ ଚାଲାଣ ରେକେଟ୍ ଘଟଣାର ପର୍ଦ୍ଦାଫାଶ
ଯୁବତୀ ଚାଲାଣ ରେକେଟ୍ ଘଟଣାର ପର୍ଦ୍ଦାଫାଶ
author img

By

Published : Oct 21, 2020, 2:52 PM IST

ରାଇରଙ୍ଗପୁର: ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ । ଚାକିରି ଯୋଗାଇଦେବା କହି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଦୁଇ ଜଣ ଯୁବତୀଙ୍କୁ ମଧ୍ୟପ୍ରଦେଶ ଚାଲାଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ସଂପୃକ୍ତ 3 ଜଣ ଦଲାଲଙ୍କୁ ମଙ୍ଗଳବାର ଗିରଫ କରାଯିବା ସହ ଉଭଉ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ସେପ୍ଟମ୍ବର 16 ତାରିଖରେ ଜଣେ ଦଲାଲ ରାଇରଙ୍ଗପୁର ଅଞ୍ଚଳର ଦୁଇ ଜଣ ଯୁବତୀଙ୍କୁ ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ମୋଟା ଅଙ୍କର ଦରମାର ଚାକିରୀ ଯୋଗାଇ ଦେବା ନେଇ ପ୍ରଲୋଭନ ଦେଖାଇଥିଲେ । ପରେ ଯୁବତୀଙ୍କୁ ଝାଡ଼ଖଣ୍ଡ ରାଜ୍ୟ ଟାଟା ରେଲଓ୍ବେ ଷ୍ଟେସନରୁ ଟ୍ରେନ ଯୋଗେ ଦିଲ୍ଲୀ ନେଇଥିଲେ । ପୁଣି ସେମାନଙ୍କୁ ଦିଲ୍ଲୀରୁ ମଧ୍ୟପ୍ରଦେଶର ସେଓପୁର ସହରକୁ ନେଇ 20 ହଜାର ଟଙ୍କାରେ ରାକେଟର ମାଷ୍ଟରମାଇଣ୍ଡ ମହିଳାଙ୍କୁ ବିକ୍ରି କରିଥିଲେ ।

ଯୁବତୀ ଚାଲାଣ ରେକେଟ୍ ଘଟଣାର ପର୍ଦ୍ଦାଫାଶ

ଝିଅଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଯିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଏନେଇ ସେମାନେ ଥାନାରେ ଏତଲା ଦେଇଥିଲେ । ଗୋରୁମହିଷାଣି ପୋଲିସ ଓ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ମୋବାଇଲ ଟ୍ରାକିଂ ଜରିଆରେ ମଧ୍ୟପ୍ରଦେଶର ସେଓପୁର ଅଞ୍ଚଳରୁ ଯୁବତୀ ଦ୍ବୟଙ୍କୁ ଉଦ୍ଧାର କରିଛନ୍ତି ।

ଏହି ରାକେଟରେ ସଂପୃକ୍ତ 3 ଦଲାଲଙ୍କୁ ପୋଲିସ ଗରିଫ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗ ଗୋପିବଲ୍ଲଭପୁର ଥାନା ଅଞ୍ଚଳର ରାକେଶ ରଣା, ସୁରଜ କୁଲିଆ ଓ ଦୀପକ ରଣା । ଏହି 3 ଦଲାଲ ପୂର୍ବରୁ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 20 ଜଣ ଯୁବତୀଙ୍କୁ ମଧ୍ୟପ୍ରଦେଶ ଚାଲାଣ କରିଥିବା ସ୍ବୀକାର କରିଛନ୍ତି । ତେବେ ଦଲାଲଙ୍କ ଠାରୁ ଯୁବତୀ କିଣୁଥିବା ମାଷ୍ଟର ମାଇଣ୍ଡ ମହିଳା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି । ବିଭିନ୍ନ ରାଜ୍ୟରୁ ଚାଲାଣ ହେଉଥିବା ଯୁବତୀଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଉକ୍ତ ମହିଳାଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.