ETV Bharat / state

ଅଣ୍ଡା ନେବାକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ମାଡ

ଗୁରୁବାର  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ତେଣ୍ଟପୋଷି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ନେବା ଘଟଣାକୁ ନେଇ ଜଣେ ଅଙ୍ଗନବାଡି ଦିଦିଙ୍କୁ  ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

author img

By

Published : Sep 6, 2019, 1:49 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର : ଅଣ୍ଡା ନେବାକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ମାଡ। ଗୁରୁବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ତେଣ୍ଟପୋଷି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ନେବା ଘଟଣାକୁ ନେଇ ଜଣେ ଅଙ୍ଗନବାଡି ଦିଦିଙ୍କୁ ମାଡ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅଙ୍ଗନବାଡ଼ି ଦିଦି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗୁରୁବାର ତେଣ୍ଟପୋଷୀ ଅଙ୍ଗନବାଡି କେନ୍ଦ୍ରରେ ୭ ମାସରୁ ୩ ବର୍ଷର ହିତାଧିକାରୀଙ୍କୁ ସମୁଦାୟ ୬୯ ଜଣଙ୍କୁ ଅଣ୍ଡା ବଣ୍ଟା ଯାଇଥାନ୍ତା । ଏନେଇ ମନ୍ଦୋଦରୀ ଦେଇ(ଅଙ୍ଗନବାଡି ଦିଦି) ସମସ୍ତଙ୍କୁ ଖବର ଦେଇଥିଲେ । ଏହାପରେ ସମସ୍ତେ ଆସି ଅଣ୍ଡା ନେବା ପାଇଁ ଧାଡିରେ ଠିଆ ହୋଇଥିଲେ।

ତେବେ ସେହି ଗାଁର ସେକ୍ ଅହମ୍ମଦଙ୍କ ସ୍ତ୍ରୀ ଆସି ନଥିବାରୁ ସେକ୍ ଅହମ୍ମଦ ପଛରୁ ଆସି ମୋତେ ଶୀଘ୍ର ଅଣ୍ଡା ଦିଅ ବୋଲି କହିଥିଲେ । ତେବେ ପ୍ରସୂତୀ ମହିଳା ନେଇ ସାରିଲା ପରେ ଅଣ୍ଡା ଦିଆଯିବ ବୋଲି ଅଙ୍ଗନବାଡି ଦିଦି ତାଙ୍କୁ କହିଥିଲେ । ଏହାକୁ ନେଇ ସେକ୍ ଅହମ୍ମଦ ଅଙ୍ଗନବାଡି ଦିଦିଙ୍କ ସହ ଯୁକ୍ତିତର୍କ କରି ସମସ୍ତଙ୍କ ସମ୍ମୁଖରେ ଅଙ୍ଗନବାଡି ଦିଦିଙ୍କୁ ଟାଣିଆଣି ପିଟିଥିଲେ । ଯାହାଫଳରେ ଅଙ୍ଗନବାଡି ଦିଦି ଗୁରୁତର ଆହତ ହୋଇଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ଏହାପରେ ଅଙ୍ଗନବାଡି ଦିଦିଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କ ଅବସ୍ଥା ଦେଖି ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ତେବେ ଏହି ଘଟଣା ନେଇ ଅଙ୍ଗନବାଡି ଦିଦି ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରି ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ନେବାକୁ ନେଇ ଅଙ୍ଗନବାଡି ଦିଦିଙ୍କୁ ମାଡ। ଶେଷରେ ଅଙ୍ଗନବାଡ଼ି ଦିଦି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ତେଣ୍ଟପୋଷି ଅଙ୍ଗନବାଡି କେନ୍ଦ୍ରରେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମୀ ବ୍ଲକର ତେଣ୍ଟପୋଷୀ ଅଙ୍ଗନବାଡି କେନ୍ଦ୍ର (୨) ରେ ଆଜି ଅଣ୍ଡା ବଣ୍ଟନ ନେଇ ଅଙ୍ଗନବାଡି ଦିଦିଙ୍କୁ ଜଣେ ହିତାଧିକାରୀଙ୍କୁ ମାଡ ଦେବା ଏବଂ କଚାଡି ଦେବା ଫଳରେ ଗୁରୁତର ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ପ୍ରକାଶଥାଉକି ଆଜି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଦେବା ପାରିଥିଲା। ଅଙ୍ଗନବାଡି ଦିଦିଙ୍କ ଦ୍ଵାରା ଗାଁର ସମସ୍ତ ପ୍ରସୂତି ମହିଳା ୭ ମାସରୁ ୩ ବର୍ଷର ହିତାଧିକାରୀଙ୍କୁ ସମୁଦାୟ ୬୯ ଜଣଙ୍କୁ ଅଣ୍ଡା ବଣ୍ଟା ଯାଇଥାନ୍ତା ।ଏଥିନେଇ ଅଙ୍ଗନବାଡି ଦିଦି ମନ୍ଦୋଦରୀ ଦେଇ ସମସ୍ତଙ୍କୁ ଖବର ଦେଇଥିଲେ ।ସମସ୍ତେ ଆସି ଅଣ୍ଡା ନେବା ପାଇଁ ଧାଡିରେ ଠିଆ ହୋଇଥିଲେ। ସେହି ଗାଁର ସେକ୍ ଅହମ୍ମଦ ଯାହାର ସ୍ତ୍ରୀ ଆସି ନ ଥିଲା ସେ ପଛରୁ ଆସି ମୋତେ ଶିଘ୍ର ଅଣ୍ଡା ଦିଅ ନେଇ ଯୁକ୍ତି ତର୍କ କରିଥିଲା। ପ୍ରସୂତୀ ମହିଳା ନେଇ ସାରିଲା ପରେ ଅଣ୍ଡା ଦିଆଯିବ ବୋଲି ଦିଦି କହିଥିଲେ ।ଏହାକୁ ନେଇ ସେକ ଅହମଦ ଯୁକ୍ତି ତର୍କ କରିଥିଲା ଏବଂ ଦିଦିଙ୍କୁ ସମସ୍ତଙ୍କ ସମ୍ମୁଖରେ ଟାଣି ଆଣି ପିଟାପିଟି କରି କଚାଡି ଦେଇଥିବାର ଅଭିଯୋଗ କରିଛନ୍ତି ଅଙ୍ଗନବାଡି ଦିଦି। ତାଙ୍କର ଅଣ୍ଟାରେ ମାଡ ହୋଇଥିବାରୁ ସେ ଉଠି ପାରୁ ନାହାଁନ୍ତି କି ବସି ପାରୁ ନ ଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କ ଅବସ୍ଥା ଦେଖି ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରି ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି।
ବାଇଟ- ମନ୍ଦଦୋରୀ ଦେଇ, ଅଙ୍ଗନବାଡି କର୍ମୀ, ତେଣ୍ଟୋପଷି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.