ETV Bharat / state

ଆଦିବାସୀ ଯୁବକଙ୍କୁ ଠକିଦେଲେ ଠକ, ଚାକିରି ନାଁରେ ଲକ୍ଷାଧିକ ଠକେଇ

author img

By ETV Bharat Odisha Team

Published : Dec 14, 2023, 9:39 PM IST

Job scams:ଟାଟା କମ୍ପାନୀର ଚାକିରି ଯୋଗାଇ ଦେବା କହି ଠକେଇ ନେଲେ ଲକ୍ଷାଧିକ ଟଙ୍କା । ଏଭଳି ଠକେଇ ଶିକାର ହୋଇଛନ୍ତି ବାଦାମପାହାଡ ଅଞ୍ଚଳ ୪ ଯୁବକ । ଥାନାରେ ମମଲା ରୁଜୁ । ଅଧିକ ପଢନ୍ତୁ

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଟାର୍ଗେଟରେ ନିରୀହ ଆଦିବାସୀ ଯୁବକ

ରାଇରଙ୍ଗପୁର: ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ମିଠା ମିଠା କଥା କହି ଗାଁ ଗଣ୍ଡାର ସରଳ ନିରୀହ ଆଦିବାସୀ ଲୋକଙ୍କୁ କରୁଛନ୍ତି ଟାର୍ଗେଟ । ମାତ୍ର ୬୦ ହଜାର ଟଙ୍କା ଦେଲେ ଟାଟା କମ୍ପାନୀର ଟିପିଏନଓଡିଏଲରେ ଚାକିରି କରେଇ ଦିଆଯିବ । ଏଭଳି ପ୍ରତିଶ୍ରୁତି ଦେଇ କିଛି ଠକ ସଂସ୍ଥା ସରଳ ନିରୀହ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଖସି ପଳେଇ ଯିବାରେ ସକ୍ଷମ ମଧ୍ୟ ହେଉଛନ୍ତି । ତେବେ ଏଭଳି କିଛି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅଞ୍ଚଳରୁ ।

ଅଭିଯୋଗ ଅନୁଯାୟୀ, ୨୦୨୧ ମସିହା ଜୁଲାଇ ମାସରେ ବାଦାମପାହାଡ ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ମାନସିଂ ସୋରେନ ଓ ତାଙ୍କ ୩ ଜଣ ସାଙ୍ଗ କାରାନ ମାଝୀ, ଦିନୁ ଟୁଡୁ ଓ ଦୁଃଖିଆ ମାଝୀ ଟାଟା ପାୱାରରେ କିଛି କାମଧନ୍ଦା ମିଳିବ ବୋଲି ଏକ ବିଜ୍ଞାପନ ଜରିଆରେ ଦେଖିବାକୁ ପାଇଥିଲେ । ଉକ୍ତ ବିଜ୍ଞାପନରେ ଏକ ସଂସ୍ଥା ଟାଟା ପାୱାରରେ କାମ ଯୋଗାଇ ଦେବା ନେଇ ଉଲ୍ଲେଖ ରହିଥିଲା । ମାନସିଂ ସୋରେନ ଓ ତାଙ୍କ ତିନି ଜଣ ସାଙ୍ଗ ବିଜ୍ଞାପନରୁ ଫୋନ ଯୋଗେ ଉକ୍ତ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ । ଉକ୍ତ ସଂସ୍ଥା ଭଞ୍ଜପୁର ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ଠାରେ ଥିବା ଜାଣିବାକୁ ପାଇଥିଲେ । ଯୋଗାଯୋଗ ପରେ ଉକ୍ତ ସଂସ୍ଥାର ମୁଖ୍ୟ ନିଳିମା ପାତ୍ର ନାମକ ଜଣେ ମହିଳା ସେହି ୨୦୨୧ ମସିହା ‌ସେପ୍ଟେମ୍ବର ମାସରେ ହାଟବାଦଡା ଠାରେ ସାକ୍ଷାତ କରିଥିଲେ‌ । ଏଥି ସହିତ ଟାଟା ପାୱାରରେ ଚାକିରି କରେଇ ଦେବା କଥା କହି ୬୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ.....ଚାକିରି ନାଁରେ ଚୂନ ଲଗାଇଲେ ଲକ୍ଷ ଲକ୍ଷ ଟଙ୍କା, 6 ଗିରଫ

ଏହାପରେ ସମସ୍ତ କାଗଜପତ୍ର ଚାରି ଜଣଙ୍କ ଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ନେଇ ସମସ୍ତଙ୍କୁ money receipt ମଧ୍ୟ ଦେଇଥିଲେ । ବିଭିନ୍ନ ସ୍ଥାନରେ ୪ ଜଣଙ୍କୁ ଟାଟା ପାୱାରରେ ଚାକିରି ମିଳିବ ବୋଲି କହି ପ୍ରତିଶ୍ରୁତି ଦେଇଥିଲେ ନିଳିମା ପାତ୍ର । ତେବେ ୩ ମାସ ପରେ କୌଣସି ଚାକିରି ନ ମିଳିବାରୁ ଫୋନ ଯୋଗେ ନିଳିମାଙ୍କ ସହିତ ଯୋଗାଯୋଗ କରିଥିଲେ । ହେଲେ ଏକ ମାସ ସମୟ ଲାଗିବ ବୋଲି ସେ କହିଥିଲେ । ଏହିପରି ଆଜି କାଲି ଚାକିରି ହେବ କହି ଦିନ ଗୋଡ଼ାଇ ଚାଲିଲେ ସେ । ୨୦୨୩ ମସିହା ଅଗଷ୍ଟ ମାସ ଠାରୁ ଆଉ ଫୋନ ରିସିଭ୍ କଲେନି ଉକ୍ତ ମହିଳା । ପରବର୍ତ୍ତୀ ସମୟରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ମାନସିଂ ଓ ତାଙ୍କ ସାଙ୍ଗ ।

ଏହି ଘଟଣାକୁ ନେଇ ନ୍ୟାୟ ପାଇବା ଆଶାରେ ମାନସିଂ ଓ ତାଙ୍କ ୩ ଜଣ ସାଙ୍ଗ ମୟୂରଭଞ୍ଜ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କ ପରାମର୍ଶ କ୍ରମେ ୪ ଜଣ ବାଦାମପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଥି ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.