ETV Bharat / state

ଗୋ ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଗୁଳିମାଡ଼ ଘଟଣା, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ଗୋ ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଗୁଳିମାଡ଼ ଘଟଣା । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ଗୋ ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଗୁଳିମାଡ଼ ଘଟଣା, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି
ଗୋ ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଗୁଳିମାଡ଼ ଘଟଣା, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି
author img

By

Published : May 22, 2022, 10:56 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଗୋ ମାଫିଆ ମାନେ ଦେବସେନା ଓ ବଜରଙ୍ଗ ଦଳ କର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି ।

ଗୁଳିମାଡ଼ ପରେ ଗୋ ମାଫିଆମାନେ ଫେରାର ହୋଇ ଯାଇଥିଲେ । ଗୁଳି ବାଜି ଆହତ ହୋଇଥିବା ଦୁଇ ଜଣ ଦୀପକ କୁମାର ସାହୁ ଓ ଗୁଡୁ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଶିପୁର ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ସୂଚନା ଅନୁଯାୟୀ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଥିବା ଜଣାପଡିଛି । ଉକ୍ତ ଗୁଳିକାଣ୍ଡକୁ ନେଇ ରାଇରଙ୍ଗପୁର ASP ମନୋରଞ୍ଜନ ବିଶ୍ବାଳ ଓ କରଞ୍ଜିଆ SDPO ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ବରେ ଯଶୀପୁର ଥାନା ପୋଲିସ, ବିଶୋଇ ଥାନା ପୋଲିସ ଓ ବାଦାମପାହାଡ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ ।

ଗୋ ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଗୁଳିମାଡ଼ ଘଟଣା, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ଗତକାଲି ସନ୍ଧ୍ୟା ସୁଦ୍ଧା ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥିବାର ଜଣାପଡ଼ିଛି । ତା' ସହିତ ୩ଟି ଚାରି ଚକିଆ ଗାଡ଼ି, ଗୋଟିଏ ବୋଲେରୋ ଗାଡ଼ି ଓ ଗୋ ଚାଲାଣ କରୁଥିବା ଗୋଟିଏ ୧୮ ଚକିଆ ଟ୍ରକକୁ ଜବତ କରାଯିବା ସହିତ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ମାଉଜର, ଦୁଇଟି ମ୍ୟାଗଜିନ ଓ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ତେବେ ଏହି ଘଟଣାରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି ସେ ନେଇ ଦୁହିଁଙ୍କୁ ଅଧିକ ପଚରାଉଚରା କରାଯାଇଥିଲା । ପରେ ଆଜି ସେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା କରଞ୍ଜିଆ SDPO ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.