ETV Bharat / state

କୋରୋନାରେ ପୂର୍ବତନ ରାଜ୍ୟସଭା ସାଂସଦ ଭାଗିରଥି ମାଝୀଙ୍କ ଦେହାନ୍ତ

author img

By

Published : Nov 2, 2020, 5:57 PM IST

ପରଲୋକରେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ବିଜେପି ରାଜ୍ୟସଭା ସାଂସଦ ଭାଗିରଥି ମାଝୀ। କିଛି ଦିନ ତଳେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ ଭାଗିରଥି । ଅଧିକ ପଢ଼ନ୍ତୁ...

ପୂର୍ବତନ ରାଜ୍ୟସଭା ସାଂସଦ ଭାଗିରଥି ମାଝୀଙ୍କ କରୋନାରୁ ଦେହାନ୍ତ

ବାରିପଦା: ପରଲୋକରେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ବିଜେପି ରାଜ୍ୟସଭା ସାଂସଦ ଭାଗିରଥି ମାଝୀ । କିଛି ଦିନ ତଳେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ ଭାଗିରଥି ମାଝୀ। ଏହାପରେ ସେ ବାରିପଦା ବାଙ୍କୀଷୋଳସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହାପରେ ଆଜି ସକାଳ 11.55 ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା।

୧ ଫେବ୍ରୁଆରୀ ୧୯୫୪ ମସିହାରେ ମୟୂରଭଞ୍ଜ ଜିଲ୍ଲା ମୁରୁମଡ଼ିହି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପୂର୍ବତନ ସାଂସଦ ଭାଗିରଥି ମାଝୀ। ୨୦୦୬ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟସଭା ସାଂସଦ ରୂପେ ମନୋନୀତ ହୋଇ ସଂସଦ ଯାଇଥିଲେ। 2010 ମସିହା ପର୍ଯ୍ୟନ୍ତ ସେହି ଏହି ଦାୟିତ୍ବରେ ରହିଥିଲେ। ଏହି ସମୟରେ ରାଜ୍ୟସଭାରେ ମୟୂରଭଞ୍ଜ ଜିଲ୍ଲାର ଅନେକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପସ୍ଥାପନ କରିଥିଲେ ପୂର୍ବତନ ସାଂସଦ। ତାଙ୍କ ମୃତ୍ୟୁରେ ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.