ବାରିପଦା: ଲାଞ୍ଚ କାରବାର ମାମଲାରେ ଅଭିଯୁକ୍ତ ପୂର୍ବତନ ଶ୍ରମ ଅଧିକାରୀଙ୍କୁ 3ବର୍ଷ ଜେଲ ସହ 5000ଟଙ୍କା ଜୋରିମାନା । ଆଜି ବାରିପଦାର ଭିଜିଲାନ୍ସ କୋର୍ଟର ସ୍ପେଶାଲ ବିଚାରପତିଙ୍କ ଶୁଣାଣି ।
2012ରେ ଲେବର ଲାଇସେନ୍ସ କରାଇ ଦେବାପାଇଁ ଲାଞ୍ଚ ନେଇଥିଲେ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ ବେହେରା । ବାଲେଶ୍ବରର କେଶବ ଲେଙ୍କାଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ।
ଯାହାର ଶୁଣାଣିରେ ଆଜି ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜଜ ବେଣୁଧର ପାତ୍ର ଧାରା 7 ଓ 13 ଅନୁଯାୟୀ ମୋଟ ତିନି ବର୍ଷ ଜେଲ ସହ 5000 ଟଙ୍କା ଜୋରିମାନା ଅନାଦେୟ 2 ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ