ETV Bharat / state

ବନ୍ଧୁକରେ ଔଷଧ ଦେଇ ଆହତ ହାତୀର ଚିକିତ୍ସା କଲା ବନ ବିଭାଗ - ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ହାତୀ-ହାତୀ ମଧ୍ୟରେ ଲଢେଇରେ ଗୋଟିଏ ଦନ୍ତାର ଗୋଡ ଭାଙ୍ଗି ଯାଇଛି । ବନ୍ଧୁକରେ ଔଷଧ ଦେଇ ଏହି ଆହତ ହାତୀର ଚିକିତ୍ସା କରିଛି ବନ ବିଭାଗ । ଅଧିକ ପଢନ୍ତୁ

ବନ୍ଧୁକରେ ଔଷଧ ଦେଇ ଆହତ ହାତୀର ଚିକିତ୍ସା କଲା ବନ ବିଭାଗ

author img

By

Published : Nov 19, 2022, 11:57 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଞ୍ଚଳରେ ଦୁଇ ଦନ୍ତା ହାତୀ ମଧ୍ୟରେ ଲଢେଇରେ ଗୋଟିଏ ଦନ୍ତା ଆହତ ହୋଇଛି । ହାତୀଟିର ପଛପଟ ଗୋଡରେ ଗଭୀର ଆଘାତ ଲାଗିଛି । ଯେଉଁ କାରଣରୁ ହାତୀ ଠିକ୍ ଭାବେ ଚାଲି ପାରୁନାହିଁ । ଏନେଇ ଖବର ପାଇବା ପରେ ବନ ବିଭାଗ ଆହତ ହାତୀର ଚିକିତ୍ସା କରିଛି । ଡ଼ଟ୍ ପ୍ରକ୍ରିୟାରେ ତାହାର ଚିକିତ୍ସା କରାଯାଉଛି । ବନ୍ଧୁକ ସାହାଯ୍ୟରେ ହାତୀ ଦେହରେ ଔଷଧ ପ୍ରୟୋଗ କରାଯାଉଛି। ତେବେ ଚାରିଥର ଔଷଧ ଦିଆଯାଇଥିବା ବେଳେ ଦୁଇଥର ସଫଳ ଭାବେ ପ୍ରୟୋଗ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବନ୍ଧୁକରେ ଔଷଧ ଦେଇ ଆହତ ହାତୀର ଚିକିତ୍ସା କଲା ବନ ବିଭାଗ

ସୂଚନା ମୁତାବକ, ଝାଡ଼ଖଣ୍ଡରୁ ଆସିଥିବା ଦୁଇ ହାତୀ ମଧ୍ୟରେ ଲଢେଇରେ ଗୋଟିଏ ହାତୀର ଗୋଡ ଭାଙ୍ଗି ଯାଇଥିଲା । ବେତନଟୀ ରେଞ୍ଜ ଭାଲୁକ୍ ଚୁଆ ଜଙ୍ଗଲରେ ଏହି ଦନ୍ତା ହାତୀଟି ପଛପଟ ଗୋଡ ଟେକି ଚାଲୁଥିବାର ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବେତନଟୀ ରେଞ୍ଜ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆର ଡାକ୍ତର ମଞ୍ଜିତ ତୁରନ୍ତ ଆହତ ହାତୀ ପାଖରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ଔଷଧକୁ ବନ୍ଧୁକର ସାହାଯ୍ୟରେ ହାତୀକୁ ପେନକିଲର୍ ଓ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା । ଘଟଣାସ୍ଥଳରେ ବାରିପଦା ଡିଏଫ୍ଓ ସନ୍ତୋଷ କୁମାର ଯୋଶୀ ପହଞ୍ଚି ହାତୀର ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ରାଇଗୋଡା ଗାଁ ସ୍ଥାନାନ୍ତରକୁ ପୁରିଲା 5 ବର୍ଷ, ବିସ୍ଥାପିତଙ୍କୁ ମିଳୁନାହିଁ ମୌଳିକ ସୁବିଧା

ରାସଗୋବିନ୍ଦପୁର ବନ କର୍ମଚାରୀ ଓ ବେତନଟୀ ରେଞ୍ଜର ଘନଶ୍ୟାମ ସିଂଙ୍କ ସହିତ ବନ ବିଭାଗର କର୍ମଚାରୀମାନେ ଏବେ ଆହତ ହାତୀ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ହାତୀଟି ଏବେ ଜଙ୍ଗଲ ନିକଟ ଧାନ କିଆରୀରେ ପାଚିଲା ଧାନ ଖାଉଥିବା ଦେଖାଯାଇଛି ।

ଏହାମଧ୍ୟ ପଢନ୍ତୁ: ବଢୁଛି ସାପ କାମୁଡା ଜନିତ ମୃତ୍ୟୁ, OSDMA ନିର୍ଦ୍ଦେଶକଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ କମିଟି ଗଠନ

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.