ETV Bharat / state

ଦୁର୍ଘଟଣାକୁ ରୋକିବା ପାଇଁ ସ୍ଥାନୀୟବାସିନ୍ଦାଙ୍କ ରାସ୍ତାରୋକ - 49ନଂ ଜାତୀୟ ରାଜପଥ ଅବରୋଧ

ଦୁର୍ଘଟଣା ଘାଟି ସାଜିଛି ବାଙ୍ଗିରିପୋଷି ଛକ । ବାରମ୍ବାର ଭିନ୍ନ ଭିନ୍ନ ଘଟଣା ଘଟୁଥିବା ସତ୍ତ୍ବେ ପ୍ରଶାସନ ଗ୍ରହଣ କରୁନି ପଦକ୍ଷେପ । ଫଳରେ ସ୍ଥାନୀୟଲୋକେ 49ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 29, 2019, 1:55 PM IST

ବାରିପଦା: ଜୀବନ ପ୍ରତି ବିପଦ ସାଜିଛି ଜିଲ୍ଲାର ବାଙ୍ଗିରିପୋଷି ଛକ । ଘାଟିରେ ବାରମ୍ବାର ଦୁର୍ଘଟଣା ଘଟିଥିବା ସତ୍ତ୍ବେ ପଦକ୍ଷେପ ଗ୍ରହଣ କରୁନି ପ୍ରଶାସନ । ଗତ ଶନିବାର 2ଜଣ ବୋଲବମ ଭକ୍ତଙ୍କ ମୃତ୍ୟୁ ପରେ 49ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟବାସୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଦୀର୍ଘ ସମୟ ଧରି ରାଜପଥ ଅବରୋଧ କରିବା ପରେ ବାଙ୍ଗିରିପୋଷି-ଝାରପୋଖରିଆ, ବାଙ୍ଗିରିପୋଷି-କଳାବାଡିଆ ରାସ୍ତା ବନ୍ଦ ରହିଥିଲା । ଫଳରେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ରାସ୍ତାରୋକ ହଟାଯିବା ସହ ସ୍ବାଭାବିକ ହୋଇଥିଲା ଗାଡି ଚଳାଚଳ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଦ୍ଵାରଶୁଣି ଘାଟିରେ ଘଟୁଛି ବାରମ୍ବାର ଦୁର୍ଘଟଣା। ଗତ ଶନିବାର ଘାଟିରେ ରେ ଦୁର୍ଘଟଣା ଘଟି ବାଙ୍ଗିରିପୋଷି ଅଂଚଳର ଗୁପ୍ତେଶ୍ଵର ଯାଉଥିବା ଦୁଇ ବୋଲବମ ଭକ୍ତ ଙ୍କ ମୃତ୍ୟୁ ପରେ ଆଜି ସ୍ଥାନୀୟ ଲୋକ 49 ନମ୍ବର ଜାତୀୟ ରାଜପଥ ର ବାଙ୍ଗରିପୋଷି ଛକ ରେ ରାସ୍ତାରୋକ କରିଥିଲେ। Body:ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଦାବିରେ ବାଙ୍ଗରିପୋଷି ଅଞ୍ଚଳର ସ୍ଥାନୀୟ ଲୋକେ ରାଜରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ରାଜରାସ୍ତା ଅବରୋଧ ଫଳରେ ବାଙ୍ଗିରିପୋଷି - ଝାରପୋଖରିଆ, ବାଙ୍ଗିରିପୋଷି- କଳାବାଡିଆ ରାସ୍ତା ବନ୍ଦ ରହିଥିଲା। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀ ଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ 49 ନମ୍ବର ଜାତୀୟ
ରାଜପଥ ରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି, ଇ ଟି ଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.