ETV Bharat / state

ଶହୀଦଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ - ରାଇରଙ୍ଗପୁର ଜାତୀୟ ପତାକା ଉତ୍ତୋଳନ

ସାଧାରଣତନ୍ତ୍ର ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ଚମ୍ପାଉଦା ଗ୍ରାମର ଶହୀଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ । ଅଧିକ ପଢନ୍ତୁ...

ସହିଦଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ
ସହିଦଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ
author img

By

Published : Jan 26, 2021, 5:44 PM IST

ରାଇରଙ୍ଗପୁର: ସାଧାରଣତନ୍ତ୍ର ଦିବସ ଅବସରରେ ଶହୀଦଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ । ଭାରତ ଚୀନ ବର୍ଡର ଘାଟିରେ ସହିଦ ହୋଇଥିବା 6 ଜଣ ଯବାନଙ୍କୁ ବୀରଚକ୍ର ମରଣୋତ୍ତର ସମ୍ମାନ ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଚମ୍ପାଉଦା ଗ୍ରାମର ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମଧ୍ୟ ଗଣତନ୍ତ୍ର ଦିବସ ଉପଲକ୍ଷେ ବୀରଚକ୍ରରେ ସମ୍ମାନିତ କରାଯିବା ନେଇ ଜଣାପଡିଛି । ଏନେଇ ଶହୀଦ ନୁଦୁରାମଙ୍କ ଘରେ ଗ୍ରାମବାସୀ ତାଙ୍କ ଫଟୋଚିତ୍ର ରଖି ପତାକା ଉତ୍ତୋଳନ କରିଛନ୍ତି ।

ସହିଦଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ

ଶହୀଦଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଓ ସ୍ଥାନୀୟ ପୂର୍ବତନ ସେନାକର୍ମୀ ମଧ୍ୟ ତାଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଛନ୍ତି । ଏହି ଅବସରରେ ସହିଦଙ୍କ ସ୍ମୃତିଚାରଣା କରାଯାଇଛି । ଦେଶ ମାତୃକାର ସେବା କରି ନିଜ ଜୀବନ ଉତ୍ସର୍ଗ କରିଥିବା ନୁଦୁରାମ ସୋରେନଙ୍କୁ ଗଣତନ୍ତ୍ର ଦିବସ ଅବସରରେ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବା ଜାଣି ଗ୍ରାମବାସୀ ଓ ତାଙ୍କ ଆତ୍ମୀୟବର୍ଗ ଗର୍ବ ଅନୁଭବ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.