ETV Bharat / state

ଉତ୍ତର ଶିମିଳିପାଳର ପୁଣି 18 ଟି ସ୍ଥାନରେ ଲାଗିଲା ନିଆଁ

ଆଜି ଉତ୍ତର ଶିମିଳିପାଳର 18 ଟି ସ୍ଥାନକୁ ବ୍ୟାପିଛି ଅଗ୍ନିକାଣ୍ଡ । ଉତ୍ତର ଡିଭିଜନର 5ଟି ରେଞ୍ଜ ଅଧୀନସ୍ଥ ଜଙ୍ଗଲ ଜଳୁଛି । ଅଧିକ ପଢନ୍ତୁ...

ଉତ୍ତର ଶିମିଳିପାଳର ପୁଣି 18 ଟି ସ୍ଥାନରେ ଲାଗିଲା ନିଆଁ
ଉତ୍ତର ଶିମିଳିପାଳର ପୁଣି 18 ଟି ସ୍ଥାନରେ ଲାଗିଲା ନିଆଁ
author img

By

Published : Mar 8, 2021, 2:07 PM IST

ରାଇରଙ୍ଗପୁର: ଲିଭୁନି ଶିମିଳିପାଳ ନିଆଁ । ଆଜି ଉତ୍ତର ଶିମିଳିପାଳର 18 ଟି ସ୍ଥାନକୁ ବ୍ୟାପିଛି ଅଗ୍ନିକାଣ୍ଡ । ଉତ୍ତର ଡିଭିଜନର 5ଟି ରେଞ୍ଜ ଅଧୀନସ୍ଥ ଜଙ୍ଗଲ ଜଳୁଛି । ତାଳବନ୍ଧ ରେଞ୍ଜର 4ଟି, କେନ୍ଦୁମୁଣ୍ଡି ରେଞ୍ଜର 6ଟି ଗୁରୁଗୁଡିଆ ରେଞ୍ଜର 4ଟି ବରେହିପାଣି ରେଞ୍ଜରେ 3ଟି, ନଅଣା ରେଞ୍ଜରେ ଗୋଟିଏ ସ୍ଥାନରେ ନିଆଁ ଲାଗିଛି ।

ଉତ୍ତର ଶିମିଳିପାଳର ପୁଣି 18 ଟି ସ୍ଥାନରେ ଲାଗିଲା ନିଆଁ

ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ନିଆଁ ଲାଗୁଥିଲେ ମଧ୍ୟ ସମ୍ପର୍ଣ୍ଣ ତଥ୍ୟ ମିଳିପାରୁନାହିଁ । ଆଜି ନିଆଁ ଲିଭାଇବା କାର୍ଯ୍ୟରେ 6ଟି ଅଗ୍ନିଶମ ଟିମ ନିୟୋଜିତ ଥିବା ବେଳେ 1100 ରୁ ଊର୍ଦ୍ଧ୍ବ ବନ ସୁରକ୍ଷାକର୍ମୀ ଏବଂ ବନକର୍ମଚାରୀ ନିୟୋଜିତ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟରେ ୩୫ରୁ ଅଧିକ ଜାଗାରେ ନିଆଁ ଲାଗିଥିବା ସାଟେଲାଇଟ ସୂଚନା ଅନୁଯାୟୀ ବନବିଭାଗ ସୂଚନା ଦେଇଛି । ତେବେ ବର୍ତ୍ତମାନ ବି ନିଆଁ ଆୟତ୍ତ ହୋଇ ପାରୁନାହିଁ। ସେପଟେ ନିଆଁକୁ ଆୟତ୍ତ କରିବା ପାଇଁ ଅନ୍ୟ କୌଣସି ଉପାୟ ଅବଲମ୍ବନ ନ କଲେ ଆଗକୁ ଆହୁରି ଭୟଙ୍କର ହେବ ବୋଲି ପରିବେଶବିତମାନେ ଅନୁମାନ କରୁଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.