ବାରିପଦା: ମାଟି ଖୋଳୁ ଖୋଳୁ ଜଳିଗଲା ଜେସିବି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଫୁଲଝରୀ ଜଙ୍ଗଲରେ।
ସୂଚନା ଅନୁଯାୟୀ, ହାତୀ ଉପଦ୍ରବ ରୋକିବାକୁ ବନବିଭାଗ ପକ୍ଷରୁ ଫୁଲଝରି ଜଙ୍ଗଲରେ ଟ୍ରେଞ୍ଜ ଖୋଳା ଚାଲିଥିଲା । ବନବିଭାଗ ପକ୍ଷରୁ କାର୍ଯ୍ୟରେ ଲାଗିଥିବା ଜେସିବି ମେସିନରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ବେତନଟୀ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଜେସିବିଟି ପୋଡି ପାଉଁଶ ହୋଇଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ କାରଣରୁ ଏପରି ଘଟିଥିବା ଆଶଙ୍କା କରାଯାଉଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ