ETV Bharat / state

Canal Issue: ଦୁଃଖ ଦେଉଛି ଘାଗରା କେନାଲ - ବରେହୀ ନଦୀ ଚେକଡ୍ୟାମ

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ସୁନାପୋଷି, ମହୁଲବରେଇ, ବିଂଝୁଆ ଓ ଝାଡ଼ଗାଁ ଗ୍ରାମର ଚାଷୀଙ୍କ ଚାଷଜମିକୁ ଜଳ ଯୋଗାଇବା ନେଇ ୧୯୬୫ ମସିହାରେ ବରେହୀ ନଦୀରେ ଚେକଡ୍ୟାମ ବାନ୍ଧି ନିର୍ମିତ ହୋଇଥିଲା ଘାଗରା କେନାଲ। ତାହା ଏବେ ଦୁଃଖ ଦେଉଛି ସ୍ଥାନୀୟ ଲୋକଙ୍କୁ । ଅଧିକ ପଢନ୍ତୁ

mayurbhanj canal issue: ଦୁଃଖ ଦେଉଛି ଘାଗରା କେନାଲ

author img

By

Published : Dec 30, 2021, 10:49 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଜିଲ୍ଲାର ବହଳଦା ବ୍ଲକର ଅଧିକାଂଶ ଲୋକ ଏଠି ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ । ବହଳଦା ବ୍ଲକର ସୁନାପୋଷି, ମହୁଲବରେଇ, ବିଂଝୁଆ ଓ ଝାଡ଼ଗାଁ ଗ୍ରାମର ଚାଷୀଙ୍କ ଚାଷଜମିକୁ ଜଳ ଯୋଗାଇବା ନେଇ ୧୯୬୫ ମସିହାରେ ବରେହୀ ନଦୀରେ ଚେକଡ୍ୟାମ ବାନ୍ଧି ନିର୍ମିତ ହୋଇଥିଲା ଘାଗରା କେନାଲ। ଯାହାକି ଗ୍ରାମର ଅନେକ ଚାଷୀଙ୍କ ମୁହଁରେ ଫୁଟାଇଥିଲା ହସ। କିନ୍ତୁ, ଦଶନ୍ଧି ଦଶନ୍ଧି ଧରି କେନାଲର ରକ୍ଷଣାବେକ୍ଷଣ ନହେବାରୁ ଏହି କେନାଲ ଏବେ ଲୋକଙ୍କ ଦୁଃଖ ବଢ଼ାଇଛି। ଠାଏ ଠାଏ ଆଡି ଭାଙ୍ଗି ଘାଇ ସୃଷ୍ଟି ହୋଇଛି।

mayurbhanj canal issue: ଦୁଃଖ ଦେଉଛି ଘାଗରା କେନାଲ

କେନାଲ ଭିତରେ ଅନାବନା ଗଛ ହୋଇ ପୋତିବାକୁ ଲାଗିଲାଣି। ଲୁହା ଗେଟ କଳଙ୍କି ଲାଗି ଭାଙ୍ଗି ଦଦରା ହୋଇଯାଇଛି। ଫଳରେ ଜଳସ୍ତର ଉପରେ ରହିପାରୁନାହିଁ ନିୟନ୍ତ୍ରଣ । ଫଳରେ କେନାଲ ପାଣି ଉଛୁଳି ଧାନ କ୍ଷେତ ଓ ଗାଁ ମଧ୍ୟକୁ ପଶିଯାଏ। ତାସହିତ ଏବେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଧାନ କ୍ଷେତରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଅମଳ ହେବାକୁ ଥିବା ଧାନ ଏବେ ନଷ୍ଟ ହେବାକୁ ବସିଲାଣି। କେନାଲ ମରାମତି ଅଭାବରୁ ରାସ୍ତାଘାଟ ଓ ବିଲ ବାଡ଼ିରେ ପାଣି ବୋହିବା ନିତିଦିନିଆ କଥା ହୋଇଯାଇଛି। କେନାଲର ରକ୍ଷଣାବେକ୍ଷଣ ଅଭାବରୁ କେନାଲ ପାଣି ଆଗକୁ ଯାଇନପାରି ସୁନାପୋଷି ଗ୍ରାମର ବିଲ ବାଡ଼ିରେ ବହୁଛି। ଯାହାଫଳରେ ପାଣିରେ ଧାନଗଛ ସବୁ ବୁଡିଯାଇ ଗଜା ହେବା ସହିତ ନଷ୍ଟ ହୋଇଯାଉଛି। ଧାର କରଜ କରି ଚାଷ କରିଥିବା ଏହି ଗ୍ରାମର ଚାଷୀ ଧାନ ଫସଲ ଅମଳ କରିନପାରି କ୍ଷତିଗ୍ରସ୍ତ ହୋଇଛନ୍ତି।

ଦୁଃଖର କଥା ଏତେସବୁ ଘଟଣା ପରେ ସୁନାପୋଷୀ ଗ୍ରାମରେ ପଡିପାରୁନି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି। ଯଦିଓ ୨୦୦୬ ମସିହାରେ ସୁନାପୋଷି ଗ୍ରାମରେ ପ୍ରଶାସନର ପାଦ ପଡିଲା, ମାତ୍ର ୧ କିଲୋମିଟର ଯାଏଁ ଘାଘରା ସାହି ପର୍ଯ୍ୟନ୍ତ କେନାଲର ମରାମତି ହୋଇ କଂକ୍ରିଟ ଆଡ଼ି ନିର୍ମାଣ କରାଗଲା। କିନ୍ତୁ, ଅନ୍ୟ ସାହି ଓ ଗାଁ ଦେଇ ଯାଇଥିବା କେନାଲର ରକ୍ଷଣାବେକ୍ଷଣା ନହେବାରୁ ପାଣି ଆଗକୁ ଯାଇପାରିଲା ନାହିଁ। ଫଳରେ ସ୍ଥିତି ପୁଣି ଯଥା ପୁର୍ବଂ ତଥା ପରଂ ଅବସ୍ଥା ହେଲା। ବାରମ୍ବାର ଜଳସମ୍ପଦ ବିଭାଗକୁ ଜଣାଇବା ପରେ ମଧ୍ୟ ଫଳ ଶୂନ। ପାନପୋଷି ଗ୍ରାମରେ କେନାଲ ପାଣି ଓ ଅଦିନିଆ ବର୍ଷା ଯୋଗୁଁ ଧାନ ଚାଷରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଏବେ ଚିନ୍ତାରେ।ଯଥାଶୀଘ୍ର କ୍ଷତିପୂରଣ ଓ କେନାଲ କାମ କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାର ଚେତାବନୀ ଦେଇଛନ୍ତି ଏଠିକାର ଗ୍ରାମବାସୀ।

ବର୍ଷ ବର୍ଷ ଧରି ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ହେଲେ ଆଜିଯାଏଁ ସ୍ଥାନୀୟ ପ୍ରଶାସନ କିମ୍ବା ରାଜନେତା ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇନାହାନ୍ତି। କେନାଲ ମରାମତି ଓ ଲୁହା ଗେଟ ନିର୍ମାଣ କରିବା ପାଇଁ ଗାଁ ଲୋକେ ଅନେକ ଥର ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି ସତ ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। ଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ କୃଷି ବିଭାଗର ଏଡିଓ ଓ ଜଳସମ୍ପଦ ବିଭାଗର ଜେଇଙ୍କୁ ଭେଟିଥିଲେ। ତେବେ କୃଷି ବିଭାଗର ଏଡିଓଙ୍କ ପାଖରେ ଧାନଫସଲ ନଷ୍ଟ ହୋଇଥିବାର କୌଣସି ଖବର ନଥିବା ବେଳେ ଜଳସମ୍ପଦ ବିଭାଗର ଜେଇ ଯଥାଶୀଘ୍ର କେନାଲ ମରାମତି କାର୍ଯ୍ୟ ଆରମ୍ଭ କରାଯିବାର ପ୍ରତିଶ୍ରୁତି ଦେଇଥିଲେ।

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ତପ୍ତରତା ଦେଖାଯାଉନଥିବା ବେଳେ ଚାଷୀଙ୍କ ସମସ୍ୟା କଥା ଉଠାଇ ଭୋଟ ମାଗୁଥିବା ରାଜନେତାଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ‌ଏଭଳି ଅବସ୍ଥା ଉପୁଜୁଛି। ତେବେ କେବେ କ୍ଷତିପୂରଣ ପାଇବେ ଚାଷୀ ଓ କେବେ ମରାମତି ହେବ କେନାଲ, ଆଉ ଦୂର ହେବ ଚାଷୀଙ୍କ ସମସ୍ୟା ତାହାକୁ ଅପେକ୍ଷା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.