ETV Bharat / state

ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ - ରାସ୍ତା ଅବରୋଧ କରି ବିକ୍ଷୋଭ

ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ମୟୂରଭଞ୍ଜ ଜିଲ୍ଲାର 18ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ଶହ ଶହ ଚାଷୀ । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଚାଷୀ
ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଚାଷୀ
author img

By

Published : Dec 29, 2020, 9:35 AM IST

ମୟୂରଭଞ୍ଜ: ରାଜରାସ୍ତାରେ ଚାଷୀ । ଧାନମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ମୟୂରଭଞ୍ଜ ଜିଲ୍ଲାର 18ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନର ଶହ ଶହ ଚାଷୀ ।

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଚାଷୀ

ଧାନର ପ୍ରକୃତ ଦାମ 1800ଟଙ୍କା ହୋଇଥିଲା ବେଳେ ମଣ୍ଡିରେ ମାତ୍ର 800ଟଙ୍କାରେ ବିକ୍ରି ହେଉଛି । ମଣ୍ଡିରେ ଚାରିରୁ ପାଞ୍ଚ କିଲୋ ଧାନ କଟିନ୍‌ କରାଯାଉଛି । ଏ ନେଇ ଡିସେମ୍ବର 14ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଏ ନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ ପ୍ରଦାନ କରିଥିଲେ । ପ୍ରଶାସନ ଏହି ସମସ୍ୟାର ସାମାଧାନ ସାତ ଦିନ ଭିତରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗର ଅନେକ ଦିନ ପରେ ବି କୌଣସି ସୁଫଳ ପାଇନଥିଲେ ଚାଷୀ ।

ଧାନମଣ୍ଡିରେ ଏପରି ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ । ଚାଷୀ ବଞ୍ଚାଅ ଦେଶ ବଞ୍ଚାଅ ନାରା ଦେଇ ଦୀର୍ଘ ସମୟ ଧରି ରାଜରାସ୍ତାକୁ ଅବରୋଧ କରି ପ୍ରଶାସନ ଉପରେ ବର୍ଷିଛନ୍ତି ନବ ନିର୍ମାଣ କୃଷକ ସଂଗଠନ । ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଯାନ ବାହନ ଅଟକି ରହିଥିଲା । କୁଳିଅଣା ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଆନ୍ଦୋଳନରତ କୃଷକମାନଙ୍କୁ କୁଳିଅଣା ପୋଲିସ ଷ୍ଟେସନକୁ ନେବା ସହିତ ରାଜ ରାସ୍ତାରେ ଯାତାୟତ ସ୍ବଭାବିକ ହୋଇଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.