ETV Bharat / state

ଚିକିତ୍ସାରେ ଅବହେଳା ଅଭିଯୋଗ, ବାରିପଦାରେ 10 ଦିନରେ ଆଖି ବୁଜିଲେଣି 3 ପ୍ରସୂତି

author img

By

Published : Aug 2, 2022, 11:57 AM IST

ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆରଏମର ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ଖାମଖିଆଲୀ କାର୍ଯ୍ୟ ପାଇଁ 3ଟି ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି । ମେଡିକାଲ ଷ୍ଟାଫଙ୍କ ଖାମଖିଆଲୀ କାର୍ଯ୍ୟ ପାଇଁ 10 ଦିନରେ ତିନି ଜଣ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ

ଚିକିତ୍ସାରେ ଅବହେଳା, 10 ଦିନରେ ଆଖି ବୁଜିଲେଣି 3 ପ୍ରସୂତି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଆରଏମର ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ଖାମଖିଆଲୀ କାର୍ଯ୍ୟ ପାଇଁ ଚାଲିଗଲା 3 ଜୀବନ । ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟରେ ଅବହେଳା ପାଇଁ 10 ଦିନରେ ତିନି ଜଣ ପ୍ରସୂତି ମହିଳାଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୨ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ଡାକ୍ତର ଏବଂ ଷ୍ଟାପମାନେ ଚିକିତ୍ସାରେ ଅବହେଳା କରିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଘଟଣାକୁ ନେଇ ବାରିପଦା ସହର ମୁଖ୍ୟରାସ୍ତା କେ.ସି .ସର୍କଲ ଛକଠାରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ସଂପର୍କୀୟ ।

ସୂଚନା ଅନୁସାରେ ପି.ଆର.ଏମ. ମେଡିକାଲ କଲେଜ୍ ଏଣ୍ଡ ହସ୍ପିଟାଲର ପ୍ରସୂତୀ ବିଭାଗରେ ନଙ୍ଗଳକଟାର ବାସନ୍ତୀ ହେମ୍ବ୍ରମ ଓ ବହଡାଗୁଡା ତାଳଗାଁ ର ବିୟୁଟି ବେହେରାଙ୍କ ସମେତ ୪ଜଣଙ୍କ ପ୍ରସବ କରଯାଇଥିଲା । ହଠାତ୍ ୩ଜଣ ମହିଳାଙ୍କ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ଏହାପରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ, ଜଣେ ଗୁରୁତର ଅବସ୍ଥାରେ ଥିବାର ଜଣାପଡ଼ିଛି । ତେବେ ବାସନ୍ତୀଙ୍କ ସ୍ଵାମୀ ଏନେଇ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଏହି ଘଟଣାରେ ପି.ଆର.ଏମ. ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ବାରମ୍ବାର ଏହିଭଳି ପ୍ରସୂତୀ ମୃତ୍ୟୁକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ବାରିପଦା ସହର ମୁଖ୍ୟରାସ୍ତା କେ.ସି .ସର୍କଲ ଛକ ଠାରେ ରାସ୍ତାରୋକ ହୋଇଥିଲା । ପିଆରଏମ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଏହି ରାସ୍ତାରୋକ କରାଯାଇଛି । କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଓ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଯୋଗୁଁ ସରକାରଙ୍କ ପକ୍ଷରୁ ମୃତକ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି ହୋଇଥିଲା ।

ଏହାସହ ଆଗକୁ ହସ୍ପିଟାଲରେ ଚିକିତ୍ସା କ୍ଷେତ୍ରରେ କିଭଳି ସୁଧାର ଆସିବ ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେବା ସହ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଥିଲେ ବିଜେପି କର୍ମୀ ଫାଗୁ ହାଁସଦା ଓ ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜା । ଘଟଣାସ୍ଥଳରେ ପିଆରଏମ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ । ମୃତକଙ୍କୁ ତୁରନ୍ତ ୨୦ହଜାର ଟଙ୍କା କ୍ଷତିପୂରଣ ସହ ଏକ ଫେକ୍ଟଫାଇଣ୍ଡିଂ ଟିମ୍ ଗଠନ ଏବଂ ନବଜାତ ଶିଶୁଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।

ଇଟିିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.