ETV Bharat / state

ସାମ୍ନାପଟୁ କବାଡିଖାନା, ପଛପଟୁ ନକଲି ବିଦେଶୀ ମଦ କାରଖାନା - ବିଦେଶୀ ମଦ

ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ କବାଡିଖାନା ଆଳରେ ଦୀର୍ଘ ଦିନ ହେବ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି । ଖୁଣ୍ଟା ଥାନା ଅଞ୍ଚଳରେ ବିଶେଷସୂତ୍ରରୁ ଖବର ପାଇ ପୋଲିସର ଚଢାଉ । ଅଧିକ ପଢନ୍ତୁ...

କବାଡିଖାନା ଆଳରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା, ଚଢାଉ କଲା ପୋଲିସ

author img

By

Published : Jun 4, 2021, 7:59 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାର ନିକଟରେ ଏକ ଭଡା ଘରେ କବାଡିଖାନା ଆଳରେ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି । ଏନେଇ ଏକ ବିଶେଷସୁତ୍ରରୁ ଖୁଣ୍ଟା ପୋଲିସ ଖବର ପାଇ ଚଢାଉ କରି 180 ଏମଏଲ ନକଲି ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି । ଘରର ମାଲିକ ରମେଶ ମିଶ୍ରଙ୍କ ଘରକୁ ଲାଗି ରହିଥିବା ଏକ ଘର ଭିତରେ ଚାଲିଥିଲା ଏହି ମଦ କାରଖାନା । ସାମ୍ନାରୁ ଦେଖିଲେ କବାଡିଖାନା ହେଲେ ଭିତରେ ଚାଲିଥିଲା ଭେଜାଲ କାରବାର ।

କବାଡିଖାନା ଆଳରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା, ଚଢାଉ କଲା ପୋଲିସ

ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇ ଆସୁଥିବା ଫାଙ୍କା ବିଦେଶୀ ମଦ ବୋତଲରେ ସ୍ପିରିଟ, ରଙ୍ଗ ଏବଂ କିଛି ଅପମିଶ୍ରିତ ସାମଗ୍ରୀ ଦେଇ ତିଆରି ଚାଲିଥିଲା ନକଲି ବିଦେଶୀ ମଦ ପ୍ୟାକିଂ । ଏପରିକି ମଦ ବୋତଲ ପ୍ୟାକିଂ କରିବା ନିମନ୍ତେ ଏକ ମେସିନ୍ ମଧ୍ୟ ରହିଥିବା ବେଳେ ମଦ ବୋତଲରେ ଲାଗୁଥିବା ଷ୍ଟିକର ମଧ୍ୟ ନକଲି ତିଆରି କରାଯାଇ ଏହି ମଦ ବୋତଲରେ ଲଗାଯାଉଥିଲା । ଏହି ଚଢାଉ ସମୟରେ ପ୍ୟାକିଂ ସରିଥିବା ବିଦେଶୀ ନକଲି ମଦ, ଶହଶହ ବୋତଲ ଜବତ ହୋଇଥିବା ବେଳେ ଆହୁରି କିଛି ପ୍ୟାକିଂ ନିମନ୍ତେ ପ୍ରସ୍ତୁତି ହେଉଥିଲା । ଏହା ସହିତ ତିନି ଗୋଟି ସ୍ପିରିଟ୍ ଜାର ମଧ୍ୟ ଜବତ କରିଛି ପୋଲିସ ।

ଏହି ଘଟଣାରେ ପୋଲିସ ଘରର ମାଲିକ ରମେଶ ମିଶ୍ର ଏବଂ ତାଙ୍କ ଭଣଜା ସତ୍ୟରଞ୍ଜନ ଶତପଥୀଙ୍କୁ ଅଟକ ରଖି ତଦନ୍ତ କରୁଛି । ତତସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ହେଲେ ଏନେଇ ଭେଜାଲ ପ୍ରସ୍ତୁତ କରୁଥିବା ଦୁଇ ବେପାରୀ କିଛି ମାନିବାକୁ ନାରାଜ । ତେଣେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ କେବଳ ଏହି ଦୁଇ ଜଣ ସଂପୃକ୍ତି ନା ଏହା ପଛରେ ଏକ ରାକେଟ ରହିଛି ତାହାର ଖୋଳତାଡ କରୁଛି ପୋଲିସ। ସବୁଠାରୁ ବଡ କଥା ଅବକାରୀ ବିଭାଗର ନାକତଳେ ଏହି ନକଲି ବିଦେଶୀ ମଦ କାରଖାନା ଚାଲିଥିବା ବେଳେ ଅବକାରୀ ବିଭାଗ ପାଖରେ ଖବର ନ ରହିବା ବିଭାଗକୁ ସନ୍ଦେହ ଘେରକୁ ଟାଣିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.