ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ, ସ୍ଥାନୀୟ ଲୋକ ଆତଙ୍କିତ

author img

By

Published : Oct 26, 2020, 5:56 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ହାତୀ ଉପଦ୍ରବ କୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅଧିକ ପଢ଼ନ୍ତୁ...

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ, ସ୍ଥାନୀୟ ଲୋକ ଆତଙ୍କିତ
କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ, ସ୍ଥାନୀୟ ଲୋକ ଆତଙ୍କିତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଦୀର୍ଘ ଦିନ ରହିବା ପରେ କରଞ୍ଜିଆ ବନଖଣ୍ଡକୁ ପୁଣି ଫେରି ଆସିଥିଛନ୍ତି 22 ଟିକିଆ ଝାଡ଼ଖଣ୍ଡ ହାତୀପଲ। ହାତୀପଲ ଫେରିବା ପରେ କରଞ୍ଜିଆ ବନଖଣ୍ଡରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଫଳରେ ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ବର୍ତ୍ତମାନ କେନ୍ଦୁଝର ବନଖଣ୍ଡରୁ ହାତୀପଲ ଫେରିବାର ୧୨ ଦିନ ବିତି ଯାଇଛି। ତେବେ 12 ମଧ୍ୟରେ ହାତୀ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି କରିଥିବାର ସୂଚନା ମିଳିଛି। କରଞ୍ଜିଆ ବନଖଣ୍ଡ ରେ ବର୍ତ୍ତମାନ ହାତୀପଲ ପାଚିଲା ଧାନ ଫସଲ ଖାଇଯିବା ସହିତ ଦଳି ଚକଟି ନଷ୍ଟ କରୁଛନ୍ତି।

ଗତକାଲି(ରବିବାର) ବିଳମ୍ବିତ ରାତିରେ ହାତୀ ପଲ କରଞ୍ଜିଆ ବ୍ଲକ ଚାଞ୍ଚବଣୀରେ ଥିବା ଏକ ଏକ ରାଇସ ମିଲ, ଚୁଡା ମିଲ, ଏବଂ ଗୋଟିଏ ଫାର୍ମ ହାଉସର ପାଚେରୀ ଭାଙ୍ଗିବା ସହ ଅନକେ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି। ହାତୀ ଉପଦ୍ରବ ଯୋଗୁଁ କରଞ୍ଜିଆ ବନଖଣ୍ଡ ଅଧିନସ୍ତ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଯଥାଶୀଘ୍ର ହାତୀପଲକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଦାବି କରିଛନ୍ତି।

ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରୟାସ ଜାରି ରହିଛି। ତେବେ ସମସ୍ତ ବନ ବିଭାଗର ସମସ୍ତ ପ୍ରୟାସ ଫେଲ ମାରିଥିବା ଦେଖିବାକୁ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.