ETV Bharat / state

ମୟୂରଭଞ୍ଜରେ ମାତିଲେ ହାତୀ, ଆକ୍ରମଣରେ 2 ମୃତ - ମୟୁରଭଞ୍ଜ ନ୍ୟୁଜ

ଥମୁନି ହାତୀ ଆତଙ୍କ, ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇଜଣଙ୍କର ମୃତ୍ୟ ଘଟିଛି । ଅଧିକ ପଢନ୍ତୁ

elephant attack in Mayurbhanj
ମୟୁରଭଞ୍ଜରେ ହାତୀ ଆତଙ୍କ; ଆକ୍ରମଣରେ ଦୁଇ ମୃତ
author img

By

Published : Jun 30, 2022, 11:00 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ମଣିଷ ଲଢେ଼ଇ । ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ପୁଣି ଯାଇଛି ଦୁଇ ନିରୀହ ଜୀବନ । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପ୍ରବେଶ କରି ଲୋକଙ୍କୁ ଆତଙ୍କିତ କରିଥିଲା । ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ନିରୀହ ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ କଚାଡି ଜୀବନରୁ ମାରି ଦେଇଥିବା ଜଣାପଡିଛି।

ମୟୂରଭଞ୍ଜରେ ମାତିଲେ ହାତୀ, ଆକ୍ରମଣରେ 2 ମୃତ

ଉକ୍ତ ଗ୍ରାମର ପିତାମ୍ବର ପରମାଣିକଙ୍କ ପରିବାର ଖାଇ ପିଇ ଶୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ପିତାମ୍ବରଙ୍କ ଘର ଉପରେ ଆକ୍ରମଣ କରିଥିଲା । ତେବେ ପିତାମ୍ବରଙ୍କ ନାବାଳିକା ପାଞ୍ଚ ବର୍ଷିଆ ଝିଅ ଗୁନୁ ପରମାଣିକକୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ରେ ଦଳି ଜୀବନରୁ ମାରିଦେଇଛି । ଅନ୍ୟପଟେ ବେତନଟୀ ରେଞ୍ଜ ତାଡ଼ିକି ଗ୍ରାମରେ ଜଣେ ବୃଦ୍ଧ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ ଫଳରେ କାନ୍ଥ ପଡ଼ିବାରୁ ବୃଦ୍ଧଙ୍କ ମୃତ୍ୟ ହୋଇଛି । ମୃତକ ବୃଦ୍ଧ ଜଣଙ୍କ ହେଲେ ଦେବ ଦେହୁରୀ ।

ଉଭୟଙ୍କ ମୃତ ଦେହକୁ ବନ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି । ତେବେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇ ପାଇଁ ବ୍ୟବସ୍ଥା କରାଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଭାଗ ପକ୍ଷରୁ ଅଧିକ ତଦନ୍ତ ପରେ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.