ETV Bharat / state

ଏମିତି ଚାଲିଛି ବିଜୁଳି ଯୋଗାଣ, 440 ଭୋଲ୍ଟ ବିଦ୍ୟୁତ୍‌ ତାରକୁ ଭରସା ବାଉଁଶ ଖୁଣ୍ଟ

author img

By

Published : May 15, 2023, 1:41 PM IST

ବାଉଁଶ ଖୁଣ୍ଟ ସାହାଯ୍ୟରେ ଗ୍ରାମକୁ ଯାଇଛି ବିଦ଼୍ୟୁତ ତାର । ଦୃଷ୍ଟି ଦେଉନି ବିଦ୍ୟୁତ୍‌ ବିଭାଗ । ଅଧିକ ପଢନ୍ତୁ

electric wire is passes through bamboo poles

ରାଇରଙ୍ଗପୁର: ସାମ୍ନାକୁ ଆସିଲା ବିଦ୍ୟୁତ ବିଭାଗର ଚରମ ଅବହେଳା । ବାଉଁଶ ଖୁଣ୍ଟ ଭରସାରେ 440 ଭୋଲ୍ଟର ବିଦ଼୍ୟୁତ ତାର ଯାଇଛି ଗାଁ ମଧ୍ୟକୁ । ଦୀର୍ଘ ବର୍ଷ ହେଲା ଏପରି ଭାବେ ଧାନ ବିଲ ଦେଇ ଗାଁକୁ ଯାଇଛି ବିଦ୍ୟୁତ୍‌ ତାର । ବିଦ୍ୟୁତ୍‌ ବିଭାଗର ଏପରି ଚରମ ଅବହେଳା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ମୁରୁଣିଆ ପଞ୍ଚାୟତର ପଞ୍ଚମତଳିଆ ଗ୍ରାମରେ । ବାଉଁଶ ଖୁଣ୍ଟ ଭରସାରେ ଚାଲିଛି ବିଦ୍ୟୁତ ସେବା ।

ପଞ୍ଚମତଳିଆ ଗ୍ରାମରେ ସିମେଣ୍ଟ ଖୁଣ୍ଟ ବଦଳରେ ଲାଗିଛି ବାଉଁଶ ଖୁଣ୍ଟ । ତା ଉପରେ ଯାଇଛି ୪୪୦ ଭୋଲ୍ଟର ବିଦ୍ୟୁତ ତାର । କେତେବେଳେ ଯେ ବଡ଼ ଧରଣର ଅଘଟଣ ଘଟିଯିବ ତାହା କାହାକୁ ବି ଜଣା ନାହିଁ । ପ୍ରତି ମୁହୂର୍ତ୍ତରେ ଏଠାରେ ବିପଦ ରହିଥିବା ବେଳେ ସେପଟେ କିନ୍ତୁ ବିଦ୍ୟୁତ୍‌ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି । କାହାରବି ଯେମିତି ଏଥି ପ୍ରତି ତିଳେ ମାତ୍ର ଦୃଷ୍ଟି ନଥିବା ପରି ମନେ ହେଉଛି । ଧାନ କ୍ଷେତରେ ବାଉଁଶ ଖୁଣ୍ଟ ଉପରେ ଅଳ୍ପ ଉଚ୍ଚତାରେ ଲାଗିଛି ୪୪୦ ଭୋଲ୍ଟର ତାର । ଯାହା ବିଦ୍ୟୁତ୍ ବିଭାଗର ଅବହେଳାକୁ ପଦାରେ ପକାଇଛି ।

ଭୂମିରୁ ୩୦ ଫୁଟ ଉଚ୍ଚତାରେ ହାଇଭୋଲଟେଜ ବିଦ୍ୟୁତ୍‌ ତାର ଯିବାର ନିୟମ ରହିଥିବା ବେଳେ ଏଠାରେ ସେ ସବୁ ନିୟମକୁ ବିଦ୍ୟୁତ ବିଭାଗ କର୍ମଚାରୀ ଫୁ କରି ଦେଇଥିବା ଦେଖିବାକୁ ମିଳିଛି । ତେବେ ପଞ୍ଚମତଳିଆ ଗ୍ରାମର ଏ ଦୃଶ୍ୟ ଏବେକାର ନୁହଁ । ଦୀର୍ଘ ବର୍ଷ ଧରି ଧାନ କ୍ଷେତ ମଝିରେ ବାଉଁଶ ଖୁଣ୍ଟରେ ୧୦ ରୁ ୧୨ ଫୁଟ ଉଚ୍ଚରେ ଯାଇଛି ଉଚ୍ଚ ଶକ୍ତି ସମ୍ପନ୍ନ ବିଶିଷ୍ଟ ବିଦ୍ୟୁତ୍‌ ତାର । ଏନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମୁରୁଣିଆ ଗ୍ରାମ ନିକଟରେ ଏକ ନଡା ବୋଝେଇ ଗାଡି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲା । ବିଭିନ୍ନ ସମୟରେ ମଧ୍ୟ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣା ଘଟୁଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କିଛି ବଡ ଦୁର୍ଘଟଣା ଘଟିବା ପୂର୍ବରୁ ବିଦ୍ୟୁତ ବିଭାଗ ଏହା ଉପରେ ଦୃଷ୍ଟି ପକାଇବା ଜରୁରୀ ହୋଇପଡିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରତି ବିଦ୍ୟୁତ୍‌ ବିଭାଗର ଦୃଷ୍ଟି କେବେ ପଡୁଛି ଓ କେବେ ସ୍ଥାୟୀ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.