ବାରିପଦା: ବାଙ୍ଗରିପୋଷୀ ବ୍ଲକ ଦିଘି ଗାଁରେ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ସମୟରେ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ବାଙ୍ଗରିପୋଷୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତ ତିନି ଦିନ ହେବ ଦିଘି ଗାଁରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ବିଦ୍ୟୁତ ବିଭାଗର କର୍ମଚାରୀ ନ ଆସିବାରୁ ଅନିରୁଦ୍ଧ ବିଜୁଳି ନାମକ ଯୁବକ ଖୁଣ୍ଟରେ ଚଢି କାମ କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ