ETV Bharat / state

ବିପଦରେ ଗଜରାଜ: ଚେତୁନି ବିଦ୍ୟୁତ ବିଭାଗ, ଅଚିନ୍ତାରେ ସରକାର

ମୟୂରଭଞ୍ଜରେ ହାତୀଙ୍କ ପାଇଁ ବିପଦ ପାଲଟିଛି ବିଦ୍ୟୁତ ତାର ଓ ମୁକୁଲା ଟ୍ରାନ୍ସଫର୍ମର । ନା ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ବିଦ୍ୟୁତି ବିଭାଗ ନେଉଛି କୌଣସି ପଦକ୍ଷେପ । ଫଳରେ ଗତ 3ବର୍ଷରେ 3ଟି ହାତୀ ମଲେଣୀ ।

author img

By

Published : Apr 2, 2019, 2:09 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ବିପଦରେ ଗଜରାଜ । ହାତୀଙ୍କ ଚଲାପଥରେ ମରଣାଯନ୍ତା ପାଲଟୁଛି ବିଦ୍ୟୁତ ତାର । ଭୂମିଠାରୁ ମାତ୍ର 10 ଫୁଟ ଉଚ୍ଚରେ ଝୁଲି ରହୁଛି 11 କେଭି ବିଦ୍ୟୁତ ତାର । ଏଥସହି ମୁକୁଳା ରହୁଛି ଟ୍ରାନ୍ସଫର୍ମର । ସରକାରୀ ନିୟମ ଅନୁଯାୟୀ ଟ୍ରାନ୍ସଫର୍ମର ଗୁଡିକରେ ତାରବାଡି ସହ ପାଚେରୀ ରଖିବା କଥା । କିନ୍ତୁ ବନ ବିଭାଗର ଖାମଖିଆଲ ନୀତି ଯୋଗୁ 3 ବର୍ଷରେ ଗଲାଣି 3 ହାତୀଙ୍କ ଜୀବନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଶିମିଳିପାଳ ଅଭୟାରଣ୍ୟ ହେଉ କିମ୍ବା ପଡୋଶୀ ରାଜ୍ୟର ଦଲମା ଜଙ୍ଗଲ । ଖାଦ୍ୟ ଅନ୍ବେଷଣରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅସନବଣୀକୁ ଆସୁଛନ୍ତି ହାତୀ । ମୟୂରଭଞ୍ଜ ଜିଲ୍ଲା ଦେଇ ନୀଳଗିରି ଅଭିମୁଖେ ବର୍ଷର 7 ରୁ 8 ମାସ ହାତୀ ଚଳପ୍ରଚଳ କରନ୍ତି । କିନ୍ତୁ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଅପରାଗତରୁ ଜୀବନ ହାରୁଛନ୍ତି ହାତୀ । ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ଏପରି ବ୍ୟବସ୍ଥା ଦେଖି ବାରମ୍ବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ ମଧ୍ୟ ଆଣିଛନ୍ତି । ହେଲେ ନା ଶୁଣୁଛି ବନ ବିଭାଗ ନା ବିଦ୍ୟୁତ ବିଭାଗ ।

ସେପଟେ, ବିପଦସଙ୍କୁଳ ଭାବେ ରହିଥିବା ବିଦ୍ୟୁତ ତାର ଓ ଖୁଣ୍ଟି ଚିହ୍ନଟ ଲାଗି ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ଅର୍ଥ ଦିଆଯାଇଛି କହିଛି ବନଖଣ୍ଡ ଅଧକାରୀ । ବାରିପଦା ବନଖଣ୍ଡ ଅଧିନରେ ମୋଟ 545ଟି ବିଦ୍ୟୁତ ତାର ଓ ଖୁଣ୍ଟିକୁ ଚିହ୍ନଟ କରାଯାଇଥିବା ବେଳେ ମରାମତି ହୋଇଛି ମାତ୍ର 147ଟି ଖୁଣ୍ଟି । ଏଥିସହ ୨୦୧୪-୧୫ ଆର୍ଥିକ ବର୍ଷରେ ସରକାରଙ୍କୁ ବିଦ୍ୟୁତ ବିଭାଗ ମୋଟ ୨୫ କୋଟି ଟଙ୍କା ବ୍ୟୟ ଅଟକଳ କରି ପଠାଇଥିଲା । ହେଲେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବନ ବିଭାଗକୁ 15 କୋଟି 7 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ସେଥିରୁ ମାତ୍ର 12କୋଟି ଟଙ୍କା ଖର୍ଚ୍ଚ କରିଛି ବିଦ୍ୟୁତ ବିଭାଗ । ଯଦି ଟଙ୍କା ହାତୀଙ୍କ ପାଇଁ ଖର୍ଚ୍ଚ ହୋଇନି ତେବେ କାହା ପାଇଁ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.