ETV Bharat / state

ଘାଟିରୁ 100 ଫୁଟ ତଳକୁ ଖସିଲା ସୂତା ବୋଝେଇ ଟ୍ରକ, ଡ୍ରାଇଭର ମୃତ - 100 ଫୁଟ ତଳକୁ ଖସି ଖସିଲା ଟ୍ରକ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟିର 49 ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Aug 12, 2019, 2:03 PM IST

ମୟୂରଭଞ୍ଜ: ମରଣଯନ୍ତା ପାଲଟିଛି ଦ୍ଵାରଶୁଣି ଘାଟି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟିର 49 ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତ୍ରିରେ କେଉଁଝର ପଟୁ କୋଲକତା ଅଭିମୁଖେ ଯାଉଥିବା ଏକ ସୂତା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡିଛି । ଘାଟିର ପ୍ରାୟ 100 ଫୁଟ ତଳକୁ ଖସି ପଡିବା ପରେ ଟ୍ରକଟି ଭାଙ୍ଗି ଚୁରମାର ହୋଇଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତ ଡ୍ରାଇଭରକୁ ଉଦ୍ଧାର କରିବାକୁ ଆସିଥିବା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରାୟ 5 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ କସରତ କରିବାକୁ ପଡିଥିଲା । ତେବେ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମା ଦ୍ଵାରଶୁଣିଙ୍କ ଘାଟିରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବାବେଳେ ପ୍ରଶାସନର ନିଘା ନଥିବା ସାଧାରଣରେ ଅଭିଯୋଗ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ଵାରଶୁଣି ଘାଟି ରେ ପୁଣି ଦୁର୍ଘଟଣା। Body:49 ନମ୍ବର ଜାତୀୟ ରାଜପଥ ର ଦ୍ଵାରଶୁଣି ଘାଟି ପାଲଟିଛି ମରଣଜନ୍ତା। ଗତକାଲି ବିଳମ୍ବିତ ରାତ୍ରିରେ କେଉଁଝର ପଟୁ କୋଲକତା ଅଭିମୁଖେ ଯାଉଥିବା ଏକ ସୁତ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡିଛି। ଘଟଣାରେ ଡ୍ରାଇଭର ର ମୃତ୍ୟୁ ହୋଇଥିବା ବେଳେ ହେଲାପରେ ଗୁରୁତର ହୋଇଅଛନ୍ତି। ଘାଟିରୁ 100 ଫୁଟ ତଳକୁ ଖସିପଡିଥିବା ଟ୍ରକ ଟି ଭାଙ୍ଗି ଚୁରମାର ହୋଇଅଛି। ଦୁର୍ଘଟଣା ର ପ୍ରାୟ 5 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ମୃତ ଡ୍ରାଇଭର କୁ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ଉଦ୍ଧାର କରିବାରେ ସଫଳ ହୋଇଅଛି। ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମା ଦ୍ଵାରଶୁଣି ଙ୍କ ଘାଟିରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ର ନିଘା ନାହିଁ।
ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି ଇ ଟି ଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.