ETV Bharat / state

ବାଙ୍ଗିରିପୋଷି ଘାଟିରେ ଓଲଟି ଜଳିଗଲା ଟ୍ୟାଙ୍କର, ଡ୍ରାଇଭର ଜୀବନ୍ତ ଦଗ୍ଧ - ରାଇରଙ୍ଗପୁର ଦୁର୍ଘଟଣା

Road Accident: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବାରୁ ଜଳିଗଲା ତେଲ ବୋଝେଇ ଟ୍ୟାଙ୍କର । ଅଧିକ ପଢନ୍ତୁ

Road Accident
ରାଇରଙ୍ଗପୁରରେ ସଡକ ଦୁର୍ଘଟଣା
author img

By ETV Bharat Odisha Team

Published : Jan 4, 2024, 1:21 PM IST

ରାଇରଙ୍ଗପୁରରେ ସଡକ ଦୁର୍ଘଟଣା

ରାଇରଙ୍ଗପୁର: ମୟୂରଭଞ୍ଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବାରୁ ଜଳିଗଲା ତେଲ ବୋଝେଇ ଟ୍ୟାଙ୍କର । ଏହାପରେ ଟ୍ୟାଙ୍କରରୁ ବାହାରି ନ ପାରିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଗାଡ଼ି ଡ୍ରାଇଭର । ଆଜି(ଗୁରୁବାର) ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ।

ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି ୮ଟା ସମୟରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଓ ଏକ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ଫଳରେ ଘାଟି ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ଟ୍ୟାଙ୍କରରେ ତେଲ ଥିବା ଯୋଗୁଁ ଏଥିରେ ନିଆଁ ଲାଗିଯିବାରୁ ଟ୍ୟାଙ୍କର ହୁତୁହୁତୁ ହୋଇ ଜଳିଥିଲା । ଏଥିରେ ଟ୍ୟାଙ୍କର ଭିତରୁ ଡ୍ରାଇଭର ବାହାରକୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି ।

ଏହ ମଧ୍ୟ ପଢନ୍ତୁ- ବସ୍ ଧକ୍କାରେ ନବମ ଶ୍ରେଣୀ ଛାତ୍ର ମୃତ, ସମ୍ବଲପୁରରେ ଉତ୍ତେଜନା

ଏହା ମଧ୍ୟ ପଢନ୍ତୁ- ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏ ସମ୍ପର୍କରେ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିବା ବେଳେ ସେତେବେଳକୁ ଟ୍ୟାଙ୍କରରେ ଥିବା ଡ୍ରାଇଭର ଜଣକ ମୃତ୍ୟୁ ହୋଇସାରିଥିଲେ । ପରେ ଟ୍ରକରୁ ଅନ୍ୟ ଜଣେ ଡ୍ରାଇଭରକୁ ଉଦ୍ଧାର କରି ବାଙ୍ଗିରିପୋଷି ମେଡିକାଲକୁ ପଠାଯାଇଥିଲା ।

ତେବେ ମୃତକ ଟ୍ୟାଙ୍କର ଚାଳକଙ୍କ ପରିଚୟ ଓ ଠିକଣା ବର୍ତ୍ତମାନ ସୁଦ୍ଧା ମିଳି ପାରିନଥିବା ବେଳେ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହି ଦୁର୍ଘଟଣା ଯୋଗୁଁ ଦୁଆରଶୁଣୀ ଘାଟି ରାସ୍ତାରେ ଶହ ଶହ ଯାନବାହନ ଅଟକି ରହିଥିବାରୁ ଘାଟି ରାସ୍ତା ମଧ୍ୟ ଜାମ ରହିଛି । ପୋଲିସ ଜାମ୍ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.