ETV Bharat / state

ଦେଉରାଡିହିରେ ଡବଲ ମର୍ଡର, ବଡ ବାପା ଓ ବଡ ମା’କୁ ଶାବଳରେ ପିଟି ହତ୍ୟା

ପାରିବାରିକ କଳହକୁ ନେଇ ଦେଉରାଡିହିରେ ଡବଲ ମର୍ଡର। ଆତ୍ମସମର୍ପଣ କଲା ଅଭିଯୁକ୍ତ ପୁତୁରା । ଅଧିକ ପଢନ୍ତୁ...

ପୁତୁରାର ଶାବଳ ମାଡରେ ଆଖି ବୁଜିଲେ ବଡ ବାପା ଓ ବଡ ମାଆ

author img

By

Published : Aug 25, 2021, 10:51 AM IST

ରାଇରଙ୍ଗପୁର: ପାରିବାରିକ କଳହର କରୁଣ ପରିଣତି । ପୁତୁରାର ଶାବଳ ମାଡରେ ଗଲା ବଡ ବାପା ଓ ବଡ ମାଆ ଜୀବନ । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଦେଉରାଡିହି ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁତୁରାର ଶାବଳ ମାଡରେ ଆଖି ବୁଜିଲେ ବଡ ବାପା ଓ ବଡ ମାଆ

ସୂଚନା ଅନୁସାରେ, ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦାଙ୍କ ମଧ୍ୟରେ ବାରମ୍ବାର କଳହ ଲାଗି ରହିଥିଲା। ତେବେ ଆଜି ମଧ୍ୟ ପାଣି ପମ୍ପ ବିକ୍ରି କଥା ଉଠିଥିଲା । ଯାହାକୁ ନେଇ ଯୋଗେନ୍ଦ୍ର ହାଁସଦା ଓ ସାନ ଭାଇ ସୁରାଇ ହାଁସଦାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ବାପାଙ୍କ ସହ ବଡ ବାପା ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝୋ ହାଁସଦା ଉତକ୍ଷିପ୍ତ ହୋଇ ଯାଇଥିଲେ । ଏକ ଶାବଳରେ ବଡ ବାପା ଓ ବଡ ମାକୁ ବାଡ଼େଇ ବାଡ଼େଇ ହତ୍ୟା କରିଥିଲେ।

ହତ୍ୟା ପରେ ଅଭିଯୁକ୍ତ ମାଝୋ ହାଁସଦା ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୋଗେନ୍ଦ୍ର ହାଁସଦା ଓ ତାଙ୍କ ସ୍ତ୍ରୀ ନାନୀ ହାଁସଦାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.