ETV Bharat / state

ଫେସବୁକ୍‌-ପ୍ରେମ-ପ୍ରତାରଣା ! ବନ୍ଧାହେଲେ ଡାକ୍ତର ବାବୁ - ବନ୍ଧା ହେଲେ ଡାକ୍ତର ବାବୁ

ଫେସ୍‌ବୁକରୁ ବନ୍ଧୁତା ଆଉ ବନ୍ଧୁତାରୁ ପ୍ରେମ । ଆଉ ଶେଷରେ ପ୍ରେମରୁ ପ୍ରତାରଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ। ଅଧିକ ପଢନ୍ତୁ

ଫେସବୁକ୍‌-ପ୍ରେମ-ଗର୍ଭପାତ: ବନ୍ଧା ହେଲେ ଡାକ୍ତର ବାବୁ

author img

By

Published : Mar 16, 2022, 9:28 PM IST

ରାଇରଙ୍ଗପୁର: ଫେସ୍‌ବୁକରୁ ବନ୍ଧୁତା ଆଉ ବନ୍ଧୁତାରୁ ପ୍ରେମ । ଆଉ ଶେଷରେ ପ୍ରେମରୁ ପ୍ରତାରଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ । ଜଣେ ଡାକ୍ତର ଓ ଜଣେ ଏମ୍‌ଟେକ୍‌ ପଢ଼ୁଆ ଯୁବତୀଙ୍କ ମଧ୍ୟରେ ପ୍ରଥମେ ଫେସବୁକ ଚାଟିଂ ଆରମ୍ଭ ହୋଇଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହେବା ସହିତ ଧିରେ ଧିରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଡାକ୍ତର ଜଣକ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ଶେଷରେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ପ୍ରତାରଣା ହେବା ଅଭିଯୋଗରେ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି ଡାକ୍ତର ବାବୁ।

ଫେସବୁକ୍‌-ପ୍ରେମ-ଗର୍ଭପାତ: ବନ୍ଧା ହେଲେ ଡାକ୍ତର ବାବୁ

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ସୁଲେଇପାଟ ପ୍ରାଥମିକ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଡ଼ ଟୁଡୁ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମଟେକ ପଢ଼ୁଥିବା ବିଶୋଇ ଥାନା ଅଞ୍ଚଳର ୨୮ ବର୍ଷୀୟ ଜଣେ ଛାତ୍ରୀଙ୍କ ସହ ତାଙ୍କର ଫେସ୍‌ବୁକ୍‌ରୁ ବନ୍ଧୁତା ଗଢ଼ି ଉଠିଥିଲା। ପରେ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଟୁଡୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ଜାଣି ଡ଼ ଟୁଡୁ ତାଙ୍କ ଗର୍ଭ ନଷ୍ଟ କରାଇଥିଲେ ଆଉ ଯୁବତୀଙ୍କ ଠାରୁ ଦୂରେଇ ଯାଇଥିଲେ।

ଏହାବି ପଢନ୍ତୁ : Fake Doctor: ଠକ ରମେଶ ସ୍ବାଇଁର ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ

ହେଲେ ଯୁବତୀ ଜଣକ ଟୁଡୁଙ୍କୁ ବିବାହ ପାଇଁ ଜିଦ ଧରିବାରୁ ଡ଼ ଟୁଡୁ ଯୁବତୀଙ୍କୁ ପୁରୀ ଡାକି ନେଇ ଅନ୍ୟତ୍ର ବିବାହ ଠିକ ହୋଇଯାଇଛି ବୋଲି କହିଥିଲେ। ପରେ ଯୁବତୀ ଜଣକ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ଡ଼ ବଳରାମ ଟୁଡୁ ଙ୍କ ସାହାରାବେଡ଼ା ସ୍ଥିତ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସବୁକଥା କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ବାଧ୍ୟ ହୋଇ ଯୁବତୀ ଜଣକ କିଛି ଉପାୟ ନ ପାଇ ଫେବ୍ରୁଆରି ୨୧ ତାରିଖ ଦିନ ଟୁଡୁଙ୍କ ନାମରେ ବିଶୋଇ ଥାନାରେ ଏକ ଏତଲା ଦେଇଥିଲେ। ଫଳରେ ବିଶୋଇ ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରି ଶେଷରେ ଅଭିଯୁକ୍ତ ଡାକ୍ତର ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଶୋଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.