ବାରିପଦା: 10 ଦଫା ଦାବି ନେଇ ଡେମୋକ୍ରାଟିକ ୟୁଥ ଅର୍ଗାନାଇଜେଶନର ଶତାଧିକ କର୍ମୀ ମୟୂରଭଞ୍ଜ ଜିଲ୍ଳାପାଳ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂଘଠନର ଯୁବ କର୍ମୀମାନେ ପ୍ରଥମେ ଏକ ରାଲିରେ ବାରିପଦା ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଆଦିବାସୀ ବହୁଳ ଶିଳ୍ପ ବିହୀନ ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବେକାର ସମସ୍ୟା ବଢିବାରେ ଲାଗିଛି । ଏଥିଲାଗି ଯୁବକ ଓ ଯୁବତୀଙ୍କ ନିଯୁକ୍ତି, ଜିଲ୍ଲାରେ ବନ୍ଦ ପଡିଥିବା ଶିଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ନୂତନ ଶିଳ୍ପ ଅନୁଷ୍ଠାନ ଖୋଲିବା, ଜଙ୍ଗଲରେ ବସବାସ କରୁଥିବା ଅଧିବାସୀଙ୍କୁ ସୁପ୍ରିମକୋର୍ଟ ଦେଇଥିବା ଉଚ୍ଛେଦ ନିର୍ଦ୍ଦେଶ ପ୍ରତ୍ୟାହାର କରିବା ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ବିକାଶ, ମଦ ବନ୍ଦ କରିବା ସହ ଜିଲ୍ଲାକୁ ନିଶାମୁକ୍ତ କରିବା ଆଦି ଦଶ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି। ଜିଲ୍ଲା ସଭାପତି ପିତାମ୍ବର ନାଏକଙ୍କ ନେତୃତ୍ବରେ ଡେମୋକ୍ରାଟିକ ୟୁଥ ଅର୍ଗାନାଇଜେଶନର କର୍ମୀମାନେ ବିକ୍ଷୋଭ କରିଥିବା ବେଳେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ଏସୟୁସିଆଇର ରାଜ୍ୟକମିଟି ସଦସ୍ୟ ତଥା ଜଶିପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ