ମୟୂରଭଞ୍ଜ: କୋରୋନାର ଦ୍ବିତୀୟ ଲହରୀର ଅକ୍ସିଜେନର ଘୋର ଅଭାବ ଦେଖିବାକୁ ମିଳିଛି । ଏ ଭଳି ସ୍ଥିତିରେ ମୟୂରଭଞ୍ଜଜିଲ୍ଲାରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଦାବିରେ ଭଞ୍ଜସେନାର ଆହ୍ବାନ କ୍ରମେ ଘରେ ରହି ପ୍ଲା କାର୍ଡ ଧରି ଦାବି କଲେ ଜିଲ୍ଲାବାସୀ । ପ୍ଲା କାର୍ଡ ଧରି ଦାବି କରିବା ସହ ନିଜ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।
ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଦାବି ସହ ଜିଲ୍ଲାରେ କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ସହ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ରୋଗୀଙ୍କ ସମ୍ପର୍କରେ ସଠିକ ତଥ୍ୟ ପ୍ରଦାନ କରିବା ଦାବିରେ ଜିଲ୍ଲାବାସୀ ନିଜ ନିଜ ଘରେ ରହି ଦାବି କରିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ