ETV Bharat / state

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - mayurbhanj

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ।ବୁଧବାର ଠାରୁ ଖୁଣ୍ଟା ଥାନା ଗଡସାହି ଗ୍ରାମର ଶରଣେଶ୍ବର ପାତ୍ର ନିଖୋଜ ଥିଲେ । ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ
author img

By

Published : May 18, 2019, 12:10 AM IST

ମୟୂରଭଞ୍ଜ : ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲଡିହି ଗ୍ରାମରେ ।

ଗତ ବୁଧବାର ଠାରୁ ଖୁଣ୍ଟା ଥାନା ଗଡସାହି ଗ୍ରାମର ଶରଣେଶ୍ବର ପାତ୍ର ବ୍ୟାଙ୍କ କାମରେ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇ ନଥିଲେ । ଶୁକ୍ରବାର ସକାଳେ ମହୁଲଡିହି ରାସ୍ତାପାର୍ଶ୍ବ ଏକ ପୋଖରୀରେ ତାଙ୍କର ମୃତଦେହ ପଡିଥିବା ପରିବାର ଲୋକେ ଦେଖିଥିଲେ । ପରେ ଏନେଇ ଖୁଣ୍ଟା ଥାନାକୁ ଜଣାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ପୋଖରୀ ନିକଟରେ ରକ୍ତ ପଡିଥିବା ବେଳେ ଶରଣେଶ୍ବରଙ୍କ ସାଇକେଲ ମଧ୍ୟ କିଛି ଦୂରରେ ରହି ଥିବା ଦେଖିବାକୁ ମିଳିଛି। ଯାହାଫଳରେ ଶରଣେଶ୍ବରଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍‌ କହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.