ETV Bharat / state

ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର, 7 ଗିରଫ

author img

By

Published : Oct 1, 2022, 10:02 AM IST

ମୟୂରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର । ଘଟଣାରେ 7 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

dead body rescued from sack in mayurbhanj accused arrested
ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର, 7 ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳ ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଅଖା ବସ୍ତାରୁ ମୃତଦେହ ଉଦ୍ଧାର ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି । ଘଟଣାରେ ସମ୍ପୃକ୍ତ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି।

ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୧ ତାରିଖରେ ଚାନ୍ଦୁଆ ଥାନା ଅନ୍ତର୍ଗତ ନୋଧ ବୋଣୀ ଗ୍ରାମ ନିକଟ ସୁବର୍ଣ୍ଣରେଖା ମୁଖ୍ୟ କେନାଲର ବେତନଟୀ ଓ ଜମ୍ଭୀରାର ୪ ନମ୍ବର ଗେଟରେ ଏକ ଅଖା ବସ୍ତା ଦୁଇ ତିନିଦିନ ହେବ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଚାନ୍ଦୁଆ ପୋଲିସକୁ ଖବର ଦେଇଥିଲେ । ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉକ୍ତ ବସ୍ତାଟିକୁ ବାହାର କରିଥିଲେ । ସେଥିରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ସେପ୍ଟେମ୍ବର ୨୭ ତାରିଖରେ ମୃତକଙ୍କ ପରିବାର ଲୋକେ ଚାନ୍ଦୁଆ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା

ମୃତକ ଜଣକ କଥାବିଲା ଗ୍ରାମର ପାଣ୍ଡୁ ମୁଣ୍ଡା ବୋଲି ଜଣାପଡିଥିଲା । ଅନ୍ଧ ବିଶ୍ୱାସ ଓ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଉକ୍ତ ଘଟଣାରେ ୭ଜଣ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ସ୍ଥାନୀୟ ଗ୍ରାମର ଶଙ୍ଖ ମୁର୍ମୁ, ଟିବୁ ଟୁଡୁ, କୁନା ମୁର୍ମୁ, ଘନ ମୁର୍ମୁ, ବୃନ୍ଦାବନ ସୋରେନ,ରଞ୍ଜନ ମୁର୍ମୁ, ବସଲା ସୋରେନ । ମୃତକର ବେକରେ ଦୁଇଟି ଗାମୁଛାରେ ଫାଶ ଦେଇ ହତ୍ୟାକାଣ୍ଡ ଘଟାଇଥିବା ନେଇ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.