ETV Bharat / state

ବନ୍ଦ କୋଠରୀରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Jan 28, 2020, 5:26 PM IST

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ବୁଢାମରା ଗାଁରେ ବନ୍ଦ କୋଠରୀରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

Dead body rescue in mayurbhanj
ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାରିପଦା: ବନ୍ଦ କୋଠରୀ ଭିତରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବୁଢାମରା ଗାଁର ଗୁରା ସିଂ।

ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନାମୁତାବକ, ମୃତକଙ୍କ ଭଉଣୀ ବନ୍ଦ କୋଠରୀର କବାଟ ଖୋଲି ଦେଖିଲା ବେଳକୁ ଗୁରା ସିଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଛି ପୋଲିସ।

ଘଟଣାସ୍ଥଳରୁ ପୋଲିସ କିଛି ଧାରୁଆ ମାରଣାସ୍ତ୍ର ଜବତ କରିଥିବାବେଳେ, ସାଇଣ୍ଟିଫିକ ଟିମ ଦ୍ବାରା ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ବୁଢ଼ାମରା ଗାଁ ରେ ବନ୍ଦ କୋଠରୀ ରୁ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ। Body:ବନ୍ଦ କୋଠରୀ ଭିତରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ଉଦ୍ଧାର। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବୁଢାମରା ଗ୍ରାମ ର ଗୁରା ସିଂ ଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ତାଙ୍କ ଶୋଇବା ଘରୁ ମିଳିଛି। ମୃତକ ଙ୍କ ଭଉଣୀ ବନ୍ଦ କୋଠରୀ ର କବାଟ ଖୋଲି ଦେଖିଲା ବେଳକୁ ଗୁରା ସିଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳ ରେ ବାଙ୍ଗିରିପୋଷି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଯୁବକକୁ କୌଣସି ଧାରୁଆ ଯନ୍ତ୍ରରେ ଗଳା କାଟି ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଛି ପୋଲିସ। ଘଟଣାସ୍ଥଳରୁ ପୋଲିସ କିଛି ଧାରୁଆ ମାରଣାସ୍ତ୍ର କୁ ଜବତ କରି ସାଇଣ୍ଟିଫିକ ଟିମ ଦ୍ବାରା ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କୁ ପଠାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.