ETV Bharat / state

ଘାଟିରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମୂର୍ମୁଷୁ ଅବସ୍ଥାରେ ମିଳିଲା ନାବାଳିକା - ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାମନଘାଟିରୁ ମୃତ ଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଳା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାମନଘାଟିରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଅନ୍ୟପକ୍ଷରେ କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ନିକଟରେ ମୁର୍ମୂଷୁ ଅବସ୍ଥାରେ ଜଣେ ନାବାଳିକାର ମୃତ ଦେହ ମଧ୍ୟ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ପୃଥକ ପୃଥକ ଜାଗାରୁ ଅଜଣା ମହିଳା ଏବଂ ନାବାଳିକାର ମୃତଦେହ ଉଦ୍ଧାର

author img

By

Published : Mar 3, 2021, 10:44 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାମନଘାଟି ରାସ୍ତା ତଳୁ ଆଜି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ମହିଳା ଜଣକ ସମ୍ଭ୍ରାନ୍ତ ପରିବାର ମହିଳା ବୋଲି ଜଣା ପଡ଼ୁଛି । ଠିକ୍ ଏହିପରି ଘଟଣାସ୍ଥଳରୁ 60 କିମି ଦୂର କରଞ୍ଜିଆ ଥାନା ଚଢ଼େଇଭୋଳ ଅଞ୍ଚଳରୁ ଜଣେ ସାତ ଆଠ ବର୍ଷର ଜଣେ ଅପରିଚିତା ନାବାଳିକା ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର ହୋଇଛି । ନାବାଳିକାଙ୍କ ଦେହରେ କ୍ଷତ ଚିହ୍ନ ଥିବା ବେଳେ ପାଟିରୁ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳିକାଙ୍କୁ କେହି ତଣ୍ଟି ଚିପି ଫୋପାଡି ଦେଇ ଯାଇଥିବା ଅନୁମାନ କରାଯାଉଛି । ଗୁରୁତର ଭାବେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

ପୃଥକ ପୃଥକ ଜାଗାରୁ ଅଜଣା ମହିଳା ଏବଂ ନାବାଳିକାର ମୃତଦେହ ଉଦ୍ଧାର

ଉଭୟ ମହିଳା ଏବଂ ଶିଶୁ, ସଂପର୍କୀୟ ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ସେମାନଙ୍କର ପରିଚୟ ମିଳିପାରି ନାହିଁ । ମୟୁରଭଞ୍ଜ ପୋଲିସ ଘଟଣାକୁ ଗୁରୁତର ନେବା ସହ ଉଭୟ ମହିଳା ଏବଂ ଶିଶୁଙ୍କ ଡିଏନଏ ଟେଷ୍ଟ କରାଯିବ ଏବଂ ସେମାନଙ୍କ ରକ୍ତ ପରୀକ୍ଷା ମଧ୍ୟ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଏବଂ ତଥ୍ୟ ଲୁଚାଇବା ପାଇଁ କେହି ଏହିପରି ଦୁଇଟି ସ୍ଥାନରେ ମହିଳା ଏବଂ ଶିଶୁଙ୍କୁ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ଏଥିପାଇଁ ସାଇବାର ସେଲ୍ ଜରିଆରେ ସମସ୍ତ ଆଖପାଖ ଟାଓର ଏବଂ ମୋବାଇଲ କଲ ଯାଞ୍ଚ କରାଯିବା ସହ ଆଖପାଖ ରାସ୍ତାରେ ଥିବା ସିସି ଟିଭିର ମଧ୍ୟ ଯାଞ୍ଚ କରାଯିବା । ଏଥିସହ ପଡୋଶି ଝାରଖଣ୍ଡ ପଶ୍ଚିମବଙ୍ଗ ପୋଲିସର ମଧ୍ୟ ସହାୟତା ନିଆଯିବ ବୋଲି ମୟୂରଭଞ୍ଜ ପୋଲିସ ପକ୍ଷରୁ କୁହାଯାଇଛି ।

ମୟୂରଭଞ୍ଜରୁ ମ଼ତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.