ETV Bharat / state

GST Raid: ଠକେଇ ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଚଢାଉ

author img

By

Published : May 12, 2022, 7:25 PM IST

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢାଉ । ତେବେ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ତିନି ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରିଛନ୍ତି । ଅଧିକ ପଢନ୍ତୁ

GST Raid: ଠକେଇ ଅଭିଯୋଗରେ ସିଟି ଏବଂ ଜିଏସଟି ବିଭାଗର ଚଢାଉ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢାଉ । ତେବେ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ତିନି ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରିଛନ୍ତି । ଜିଲ୍ଲାର ରରୁଆଁ ଏବଂ କରଞ୍ଜିଆ ଅଞ୍ଚଳରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ତେବେ ରରୁଆଁ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ ବ୍ୟବସାୟୀ ସରୋଭ ସୁଲାତାନିଆଁ, ପ୍ରଭାତ ସୁଲତାନିଆଁ ଓ ସୁନୀଲ ସୁଲତାନିଆଁଙ୍କ ଅଟାକଳ, ତେଜରାତି ଦୋକାନ ଓ ସିମେଣ୍ଟ ଲୁହାରୋଡ଼ ଗୋଦାମ ସହିତ ଖାଇବା ତେଲ ଗୋଦାମରେ ସିଟି ଏବଂ ଜିଏସଟି ବିଭାଗ ଚଢାଉ କରାଯାଇଛି । ଚଢ଼ାଉରେ ଜଣେ ଡେପୁଟି କମିଶନରଙ୍କ ସହିତ ବାଲେଶ୍ଵର, ମୟୂରଭଞ୍ଜ ଏବଂ ଯାଜପୁରର ୬ଟି ଟିମ୍‌ ଚଢ଼ାଉରେ ସାମିଲ ଥିଲେ । ସିଟି ଏବଂ ଜିଏସଟିରେ ବଡଧରଣର ଠକେଇ ଅଭିଯୋଗ ହେଇଥିବାର ଖବର ପାଇ ଚଢ଼ାଉ କରାଯାଇଛି ।

ଅନ୍ୟପଟେ କରଞ୍ଜିଆର ଦୁଇଟି ଏବଂ ରରୁଆଁର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ତେବେ ଟିମ୍‌ର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ କେତେ ଫାଇନ କରାଯାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.