ETV Bharat / state

ଆଦିବାସୀ ଦିବସ ପାଳନରେ ନିୟମ ଭୁଲିଲେ, ଜବାବ ଦେବାକୁ ଡରିଲେ

author img

By

Published : Aug 10, 2021, 8:58 AM IST

ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଆୟୋଜିତ ଆଦିବାସୀ ଦିବସ ପାଳନ ଅବସରରେ ଅନୁଷ୍ଠିତ ସମାବେଶରେ ହଜାର ହଜାର ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଏହା ସହିତ କୋଭିଡ ନିୟମକୁ ଖୋଲାଖୋଲି ଭାବରେ ଉଲଘଂନ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଆଦିବାସୀ ଦିବସ ପାଳନ ଅବସରରେ କୋଭିଡ ନିୟମ ଉଲଙ୍ଘନ

ବାରିପଦା: ଗତକାଲି ସାରା ଦେଶ ବିଶ୍ବ ଆଦିବାସୀ ଦିବସ ପାଳନ କରିଛି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଆୟୋଜିତ ଆଦିବାସୀ ଦିବସ ପାଳନ ଅବସରରେ ଅନୁଷ୍ଠିତ ସମାବେଶରେ ହଜାର ହଜାର ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଏହା ସହିତ କୋଭିଡ ନିୟମକୁ ଖୋଲାଖୋଲି ଭାବରେ ଉଲଘଂନ ହୋଇଥିବା ଦେଖିବାକୁ ମିଳିଛି ।

ଆଦିବାସୀ ଦିବସ ପାଳନ ଆଳରେ ସବୁ ନେତା ଭୁଲିଯାଇଛନ୍ତି କୋଭିଡ କଟକଣା । ହଜାର ହଜାର ଲୋକଙ୍କ ସମାବେଶରେ ଯୋଗ ଦେଇଛନ୍ତି । ମଞ୍ଚରେ ୫୦ରୁ ଊର୍ଦ୍ଧ୍ବ ନେତା ଏବଂ କର୍ମୀ ଏକତ୍ରିତ ହୋଇଥିଲେ । କାହାରି ମୁହଁରେ ନା ଥିଲା ମାସ୍କ, ନା ଥିଲା ସାମାଜିକ ଦୂରତା । ଏପରିକି ଜନସମାଗମକୁ ଆସିଥିବାବେଳେ ମଧ୍ୟ ବବି ଦାସ ମାସ୍କ ପିନ୍ଧି ନ ଥିଲେ । ଖୋଲାଖୋଲି ସମସ୍ତେ କୋଭିଡ ନିୟମ ଭଙ୍ଗ କରିଥିଲେ । ଅନ୍ୟପଟେ କୋଭିଡ ନିୟମର ଧଜ୍ଜିଆ ଉଡାଇଥିବା ବାବଦରେ ବବି ଦାସ କିଛି କହି ନ ଥିବାବେଳେ କୃଷି ନିଗମ ଅଧ୍ୟକ୍ଷ ମଧ୍ୟ କିଛି ନ କହି କ୍ୟାମେରା ସାମ୍ନାରୁ ଚାଲିଯାଇଥିଲେ ।

ସମାବେଶରେ ୫ ହଜାର ପାଖାପାଖି ଲୋକ ଯୋଗ ଦେଇଥିବାବେଳେ ସମସ୍ତେ କୋଭିଡ ନିୟମକୁ ଖୋଲାଖୋଲି ଫୁ କରିଦେବା ସାଧାରଣରେ ଚର୍ଚ୍ଚା ହୋଇଛି । ଉଦଳା ବିଦୁବାଗାନ ପଡିଆରେ ଆଦିବାସୀ ଦିବସ ପାଳନ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇଥିଲେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସଙ୍କ ସମେତ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଦେବାଶିଷ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.