ETV Bharat / state

ଦେଶୀ ମଦ କାରଖାନାରେ ଚଢାଉ; 3000ଲିଟର ପୋଚ ଓ 60 ଲିଟର ଦେଶୀ ମଦ ଜବତ - country wine shop

ଏକ ଦେଶୀ ମଦ କାରଖାନା ଉପରେ ଚଢାଉ । ବିପୁଳ ମଦ ରନ୍ଧା ସରଞ୍ଜାମ ସହିତ ୩୦୦୦ ଲିଟର ମହୁଲ ପୋଚ ଓ ୬୦ ଲିଟର ଦେଶୀ ମଦ ଜବତ।

country wine shop sized at rairangpur
ରାଇରଙ୍ଗପୁରରେ ଦେଶୀ ମଦ କାରଖାନା ଉପରେ ଚଢାଉ
author img

By

Published : Dec 13, 2019, 2:51 PM IST

ରାଇରଙ୍ଗପୁର: ଦେଶୀ ମଦ କାରଖାନା ଉପରେ ଚଢାଉ । ଦେଶୀ ମଦ ତିଆରି କରୁଥିବା ଏକ ଘରେ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ମଦ ରନ୍ଧା ସରଞ୍ଜାମ ସହିତ ୩୦୦୦ ଲିଟର ମହୁଲ ପୋଚ, ୬୦ ଲିଟର ଦେଶୀ ମଦ ଜବତ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ପିଠାକୁଟୁଣି ଗ୍ରାମରେ ହୋଇଛି ଏହି ଚଢାଉ ।

ରାଇରଙ୍ଗପୁରରେ ଦେଶୀ ମଦ କାରଖାନା ଉପରେ ଚଢାଉ

ରାଇରଙ୍ଗପୁର SDPO ସ୍ନେହାଶିଷ ସାହୁଙ୍କ ନେତୃତ୍ବରେ ଗଠିତ ଏକ ଟିମ ଏହି ଚଢାଉ କରିଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଓ ରାଇରଙ୍ଗପୁର ଅବକାରୀ ବିଭାଗର ଏସଆଇ ହରିହର ସିଂ ସାମିଲ ହୋଇଥିଲେ । ତେବେ ଯେଉଁମାନେ ଚୋରାରେ ଦେଶୀ ମଦ ତିଆରି କରୁଥିଲେ ସେମାନେ ଫେରାର ହୋଇ ଯାଇଥିବା ଜଣାପଡିଛି । ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଛାନଭିନ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ଦେଶୀ ମଦ କାରଖାନା ଉପରେ ଚଢାଉ। ଚୋରାରେ ଦେଶୀ ମଦ ତିଆରି କରୁଥିବା ଏକ ଘରେ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରିଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ପିଠାକୁଟୁଣି ଗ୍ରାମରେ ଏହି ଚଢାଉ କରାଯାଇଛି। ଚଢାଉ କରି ବିପୁଳ ମଦ ରନ୍ଧା ସରଞ୍ଜାମ ସହିତ ୩୦୦୦ ଲିଟର ମହୁଲ ପୋଚ, ୬୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି। ରାଇରଙ୍ଗପୁର ଏସଡିପିଅ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେ ଗଠିତ ଏହି ଚଢାଉ ରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଓ ରାଇରଙ୍ଗପୁର ଅବକାରୀ ବିଭାଗର ଏସଆଇ ହରିହର ସିଂ ସାମିଲ ହୋଇଥିଲେ। ତେବେ ଯେଉଁମାନେ ଚୋରାରେ ଦେଶୀ ମଦ ତିଆରି କରୁଥିଲେ ସେମାନେ ଫେରାର ହୋଇ ଯାଇଥିବା ଜଣାପଡିଛି। ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଛାନଭିନ ଜାରି ରଖିଛି।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.