ETV Bharat / state

ଚାକିରି ଦେବା ନାଁରେ ଠକେଇ, 3 ଅଟକ - police

ଚାକିରି ଦେବା ନାଁରେ ଟଙ୍କା ହଡପ । ଘଟଣାର ଅନୁସନ୍ଧାନ କରି 3 ଜଣଙ୍କୁ ଅଟକ ରଖିଛି ବାରିପଦା ପୋଲିସ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : May 28, 2019, 8:26 PM IST

ମୟୂରଭଞ୍ଜ: ଚାକିରି ଦେବା ନାଁରେ ଠକେଇ ଅଭିଯୋଗ । 3 ଠକକୁ ଅଟକ ରଖି ପଚରାଉଚରା କରୁଛି ବାରିପଦା ପୋଲିସ । ବେକାରୀଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ମୋଟା ଅଙ୍କର ଟଙ୍କା ଗୁପ୍ତରେ ହଡପ କରାଯାଉଥିଲା । ପୋଲିସ ଏ ନେଇ ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ଧରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ଠକ ଜଣଙ୍କ ବାଙ୍ଗରିପୋଷି ଥାନା କେନ୍ଦୁଡ଼ିହା ଗ୍ରାମର ରାଜୀବ ଦାସ । ସେ ବାରିପଦାରେ ଥିବା ନିଶା ନିବାରଣ କେନ୍ଦ୍ରରେ ଚାକିରି କରନ୍ତି । ମଙ୍ଗଳବାର ବାରିପଦା ତୁଳସୀ ଚଉରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ନିଶା କେନ୍ଦ୍ରରେ ଚାକିରି କରାଇବେ କହି ଟଙ୍କା ନେଉଥିବାବେଳେ ଧରା ପଡିଛନ୍ତି ।

ସେହିପରି ବାରିପଦାରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଚାକିରି କରାଇ ଦେବାକୁ କହି ଦୁଇଜଣଙ୍କ ଠାରୁ ଟଙ୍କା ହଡପ କରାଯାଉଥିବା ସାମନାକୁ ଆସିଥିଲା । ଏହା ପରେ ପୁଣି ଆଉ 2ଜଣଙ୍କ ବିଷୟରେ ସନ୍ଧାନ କରି ସେମାନଙ୍କୁ ବାରିପଦା ପୋଲିସ ଅଟକ କରି ଅଧିକ ତଦନ୍ତ ଚାଲୁ ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.