ETV Bharat / state

ଫୋକସ ମୟୁରଭଞ୍ଜ; 250 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ - ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀ

ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଅନୁଦାନ । ପୁନଃରୁଦ୍ଧାର ହେବ ସମସ୍ତ ପର୍ଯ୍ୟଟନ ସ୍ଥଳ, ନୂଆ ରୂପ ପାଇବ ଶ୍ରୀଶ୍ରୀ ହରି ବଳଦେବ ଜୀଉ ବଡଜଗନ୍ନାଥ ମନ୍ଦିର, ଏହାସହ ପରିବର୍ତ୍ତନ ହେବ ଶିକ୍ଷା ବ୍ୟବସ୍ଥାର । ଆଉ କଣ ମୟୁରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ପଢନ୍ତୁ ଅଧିକ...

ମୟୂରଭଞ୍ଜରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ମୟୂରଭଞ୍ଜରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
author img

By

Published : Jan 8, 2020, 12:41 PM IST

Updated : Jan 8, 2020, 7:22 PM IST

ବାରିପଦା: ସର୍ବ ଭାରତୀୟ ସ୍ତରରେ ବାମଦଳ ଓ ଟ୍ରେଡ ୟୁନିୟନଙ୍କ ଭାରତ ବନ୍ଦ ଡାକରା ସତ୍ବେ ରାଜ୍ୟ ସରକାର ନିଜ ସମସ୍ତ କର୍ଯ୍ୟକ୍ରମ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଜି ଦିନିକିଆ ମୟୁରଭଞ୍ଜ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

250 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ପୂର୍ବାହ୍ନ 11ଟାରେ ମୟୁରଭଞ୍ଜ ସ୍ଥିତ ଆଦାନୀ କିସ ପଡିଆରେ ଅବତରଣ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ନେତା, କର୍ମୀ ଯୋରଦାର ସ୍ବାଗତ କରିଥିଲେ ।

ସେଠାରୁ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚକୁ ପାଛୋଟି ନିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ବହୁ ପ୍ରକଳ୍ପ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରମୁଖ ପ୍ରକଳ୍ପ ହେଉଛି ବାରିପଦା ସ୍ଥିତ ଶ୍ରୀଶ୍ରୀ ହରି ବଳଦେବ ଜୀଉ ବଡଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି, ଖିଞ୍ଚି ଓ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ପାଇଁ ପାଇଁ 10କୋଟି ର ଅନୁଦାନ ଦିଆଯିବ ଘୋଷଣା କରିଛନ୍ତି । ଏହାସହ ୧୮ ଟି ପାଇପ ଯୋଗାଣ ପ୍ରକଳ୍ପ, ୫ ଟି ହାଇଲେଭଲ ସେତୁ, ମୋରଡା ବ୍ଲକରେ ନିର୍ମିତ ଭାଲିଆସୋଲ ଆଦର୍ଶ ବିଦ୍ୟାଳୟ ସହ ୫୩ କୋଟି ୬୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହାବାଦ ୨ ଶହ କୋଟି ଟଙ୍କାର ମୋଟ ୪୨ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏତଦ ବ୍ୟତୀତ ବାରିପଦାଠାରୁ ଦଶ କିଲୋମିଟର ଦୂର ବାଙ୍କିଶୋଳଠାରେ ମୟୂରଭଞ୍ଜ ଜିଲାର ୧୫ ଶହ ଜନଜାତି ପିଲାଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ପାଠପଢିବା ନିମନ୍ତେ ପ୍ରତିଷ୍ଠିତ ଆଦାନୀ-କିସ ଆବାସିକ ଜନଜାତି ବିଦ୍ୟାଳୟ ଏବଂ ପରିସରରେ ପ୍ରତିଷ୍ଠିତ ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ସମୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାପଡିଲାନି ବନ୍ଦର ପ୍ରଭାବ। ମୟୂରଭଞ୍ଜରେ ପହଞ୍ଚିଲେ ନବୀନ ପଟ୍ଟନାୟକ। ଦିନିକିଆ ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ସେ ବାରିପଦା ବ୍ଲକ ବାଙ୍କୀଷୋଳ ଠାରେ ଆଦାନୀ କିସ ରେସିଡେନିସିଆଲ ସ୍କୁଲର ଏକ ଶାଖାକୁ ଉଦଘାଟନ କରିବେ।ବୁଧବାର ସକାଳ ସାଢେ 11ଟାରେ ହେଲିକେପ୍ଟର ଯୋଗେ ଆଦାନୀ କିସ ପଡିଆରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ 5-ଟି ସଚିବ ଭିକେ ପାଣ୍ଡିଆନ, ବିଜୁ ଜନତା ଦଳର ସମସ୍ତ ତୁଙ୍ଗ ନେତା ତଥା , ବିଧାୟକ ପ୍ରଣବ ପ୍ରକାଶ ଦାସ, ବ୍ୟୋମକେଶ ରାୟ, ରାଜ୍ୟସଭା ସଦସ୍ୟ ସରୋଜୀନି ହେମ୍ବ୍ରମ, ଲୋକସଭା ସାଂସଦ ବିଶ୍ବେସର ଟୁଡୁ, ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବାଙ୍କୀଷୋଳ ରେ ମୁଖ୍ୟମନ୍ତ୍ରୀ ପହଂଚିଲେConclusion:
Last Updated : Jan 8, 2020, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.