ETV Bharat / state

ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ ଆରମ୍ଭ, ବୀର ବାଦ୍ୟର ତାଳେ ତାଳେ ଦୁଲୁକିଲା ମଞ୍ଚ - ମୟୂରଭଞ୍ଜ ଜିଲ୍ଲା ଚୈତ୍ରପର୍ବ

ମୟୂରଭଞ୍ଜ ଜିଲ୍ଲାରେ ଚୈତ୍ରପର୍ବର ମୁଖ୍ୟ ଆକର୍ଷଣ ଛଉନୃତ୍ୟ । ମଙ୍ଗଳବାର ଛଉନୃତ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଦୁଲୁକିଲା ଛଉ ପଡ଼ିଆ ମଞ୍ଚ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ ଉଦଘାଟିତ

author img

By

Published : Apr 12, 2023, 12:27 PM IST

ଛଉନୃତ୍ୟ ମହୋତ୍ସବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ । ଚୈତ୍ର ପର୍ବ ଅବସରରେ ବୀର ବାଦ୍ୟର ତାଳେ ତାଳେ ଛଉ କଳାକାରଙ୍କ ନୃତ୍ୟରେ ଦୁଲୁକିଛି ଛଉ ପଡ଼ିଆର ମଞ୍ଚ । ପ୍ରଥମ ଦିନରେ ଗ୍ରାମାଞ୍ଚଳର ଛଉ ନୃତ୍ୟ ପରିବେଷଣ ହୋଇଥିବା ବେଳେ କଳାକାରଙ୍କ ଚମତ୍କାର ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥିଲା । ମଙ୍ଗଳବାର ସନ୍ଧ୍ୟାରେ ମୟୂରଭଞ୍ଜ ଛଉ ପ୍ରତିଷ୍ଠାନର ସଭାପତି ତଥା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରୀଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ଥିଲେ ।

ଛଉ ନୃତ୍ୟର ଇତିହାସ: ଛଉ ନୃତ୍ୟର ତାଳେ ତାଳେ ମହୁରୀର ବୀର ଦର୍ପର ସ୍ୱର ମୟୂରଭଞ୍ଜ ମାଟିକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ମୟୂରଭଞ୍ଜ ଛଉନୃତ୍ୟର ଉତ୍ପତ୍ତିକୁ କେନ୍ଦ୍ର କରି ପଣ୍ଡିତମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଅନୁଯାୟୀ ସୈନ୍ୟ ବାହିନୀ ରଣାଙ୍ଗନରେ ନଥିବା ସମୟରେ ଅବସର ଚିତ୍ତବିନୋଦନ ଉଦ୍ଦେଶ୍ୟରେ ଆଖଡ଼ା ଆୟୋଜନ ହେଉଥିଲା । ତହିଁରୁ ଛଉନୃତ୍ୟର ଉତ୍ପତ୍ତି ବୋଲି କୁହାଯାଏ । ଏଥିସହିତ ଛଉକୁ ତା ସହିତ ସଂପୃକ୍ତ କରାଯାଏ । ଯୁଦ୍ଧ ସହିତ ସଂପୃକ୍ତ ଥାଇ ଯେଉଁ ଲୋକନୃତ୍ୟର ଉତ୍ପତ୍ତି ହୋଇଛି ତାହା ଆଜି ଛଉ ନାମରେ ପରିଚିତ ।

ମୟୂରଭଞ୍ଜ ଜିଲ୍ଲାରେ ଛଉନୃତ୍ୟ ଚୈତ୍ରପର୍ବର ମୁଖ୍ୟ ଆକର୍ଷଣ । ଛଉନୃତ୍ୟ ପରମ୍ପରା ବିଗତ ଦୁଇ ଶତାଦ୍ଦୀର ଇତିହାସରେ ସମୃଦ୍ଧ । ଛଉନୃତ୍ୟର ବିକାଶ ଦିଗରେ ମୟୂରଭଞ୍ଜ ରାଜପରିବାରର ଭୂମିକା ଅତି ମହତ୍ୱପୂର୍ଣ୍ଣ । ପ୍ରଥମେ ରାଜାଙ୍କ କନିଷ୍ଠ ଭାଇ ବୃନ୍ଦାବନ ଚନ୍ଦ୍ର ଭଞ୍ଜ ନିଜେ ନାଚିବା ସହିତ ଉତ୍ତରସାହିର କଳାକାରମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ । ସେହିପରି ଦକ୍ଷିଣସାହି ସହିତ ସଂଶ୍ଳିଷ୍ଟ ଥିଲେ ଗୋକୁଳଚନ୍ଦ୍ର ଭଞ୍ଜ । ରାଜତନ୍ତ୍ରର ଅବସାନ ପରେ ସ୍ୱାଧୀନ ଭାରତରେ ଛଉନୃତ୍ୟକୁ ଅଭିନବ ରୂପରେ ପ୍ରଯୋଜନା କରାଯିବା ଫଳରେ ନାରୀମାନେ ନୃତ୍ୟାଙ୍ଗନକୁ ଆସିଥିଲେ ଓ ଛଉନୃତ୍ୟର ଆଭିମୁଖ୍ୟ ପରିବର୍ତ୍ତିତ ହୋଇଥିଲା । ଦଳବଦ୍ଧ ଭାବେ ବହୁ ସଂଖ୍ୟାରେ କଳାକାରମାନେ ନୃତ୍ୟ କରିବା ଆରମ୍ଭ କଲେ ଓ ନୂତନ ବିଷୟ ବସ୍ତୁ ଉପରେ ନୃତ୍ୟ ପ୍ରଯୋଜିତ ହୋଇଥିଲା ।

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ବିୟୋଗ ପରେ କିଛି ସମୟ ପାଇଁ ରାଜ ଦରବାରରେ ଛଉନୃତ୍ୟ ପ୍ରତି ଆଗ୍ରହ କମି ଆସିଥିଲା । ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜ ଗାଦିସୀନ ହେବା ପରେ ତାଙ୍କ ପୃଷ୍ଠ ପୋଷକତାରେ ଛଉନୃତ୍ୟ ପୁର୍ନଜନ୍ମ ଲାଭ କରିଥିଲା । ନୂତନ ଉପାୟ ଓ ଶୈଳୀରେ ଛଉନୃତ୍ୟକୁ ସଂଗଠିତ କରାଗଲା । ଶୈଳୀ ନୈପୁଣ୍ୟ ଓ ଶୈଳୀ ଚାତୁରୀରେ ଛଉନୃତ୍ୟ ନୂତନ ଭାବନା ଓ ଦୀପ୍ତିରେ ପ୍ରଣିଦିତ ହେଲା । ତେବେଠାରୁ ଏହା ଜାରି ରହିଛି ।

ମଙ୍ଗଳବାର ଛଉ ନୃତ୍ୟ ମହୋତ୍ସବ ଉଦଘାଟନର ପ୍ରଥମ ଦିନରେ ଗ୍ରାମାଞ୍ଚଳ ପ୍ରତିଯୋଗିତାର ଶ୍ରେଷ୍ଠ ୧୩ ନୃତ୍ୟଦଳ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ବୁଧବାର(ଆଜି) ଓ ଗୁରୁବାର ଉତ୍ତର ଓ ଦକ୍ଷିଣ ସାହି ଛଉ ନୃତ୍ୟ ଦଳ ୧୩-୧୩ଟି ନୃତ୍ୟ ପ୍ରଦର୍ଶନ ପୂର୍ବକ ପ୍ରତିଯୋଗିତାରେ ଭାଗ ନେବେ । ଗ୍ରାମାଞ୍ଚଳରୁ ଆସୁଥିବା ୧୩ଟି ନୃତ୍ୟ ଦଳ ରହିବା ପାଇଁ ଚଳିତ ଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତିନି ଦିନିଆ ଏହି କାର୍ଯ୍ୟକ୍ରମ ଆଡମ୍ବର ସହକାରେ ପାଳିତ ହେବାକୁ ଥିବାବେଳେ ପ୍ରତ୍ୟେକ ରାତିରେ ଜଣେ ମାଜଷ୍ଟ୍ରେଟଙ୍କ ସହିତ ପର୍ଯ୍ୟାପ୍ତ ପୋଲିସ ମୁତୟନ ରହିବେ ।

ଦର୍ଶକଙ୍କ ଆମୋଦ ପ୍ରମୋଦ ପାଇଁ ଛଉ ପଡିଆ ସଂଲଗ୍ନ କଲେଜ ପଡିଆଠାରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା-୨୦୨୩ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହା ୧୧ରୁ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୫ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ମେଳା ପ୍ରଦର୍ଶନୀ ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ୨୮ଟି ଜିଲ୍ଲାରୁ ମୋଟ ୧୩୮ ଷ୍ଟଲରେ ଡିଆରଡିଏ/ଓରମାସ୍‌, ବୟନ ଓ ହସ୍ତତନ୍ତ ଶିଳ୍ପ, ଖଦୀ ଓ ଗ୍ରାମ୍ୟ ଉଦ୍ୟୋଗ ଦ୍ୱାରା ପ୍ରୟୋଜିତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମ୍ୟ କାରିଗରୀ ଏବଂ ଉଦ୍ୟୋଗୀମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଓ କୁଟୀର ଶିଳ୍ପ କାରୁକାର୍ଯ୍ୟ ସାମଗ୍ରୀ ଆଦି ପ୍ରଦର୍ଶନୀ ମାଧ୍ୟମରେ ବିକ୍ରୟ କରାଯାଉଛି । ମେଳାରେ ୧୦ଟି ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.