ETV Bharat / state

ଆଜି ରଥଯାତ୍ରା ପାଳିଲା ବାରିପଦା, ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ - ସୁଭଦ୍ରାଙ୍କ ରଥ

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ହୋଇଛି ରଥଟଣା । ଗତକାଲି ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରଥାରୂଢ କରାଯିବା ପରେ ଆଜି ହୋଇଥିଲା ରଥଟଣା । ହଜାର ହଜାର ଭକ୍ତ ଭଗବାନ ବଳଦେବଙ୍କ ରଥକୁ ମାଉସୀମା ଘରକୁ ଟାଣି ନେଇଥିଲେ । ସୁଭଦ୍ରାଙ୍କ ରଥ କେବଳ ମହିଳା ଟାଣିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 5, 2019, 9:13 PM IST

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ହରିବଳଦେବଜୀଉରେ ରଥଟଣା ହୋଇଛି । ପ୍ରଥମେ ବଡଭାଇ ବଳଦେବଙ୍କ ରଥ ଟଣା ହେବା ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥଟଣା । ହଜାର ହଜାର ମହିଳା ଦେବୀ ସୁଭଦ୍ରାଙ୍କ ରଥ ଟାଣି ନେଇଥିଲେ । ଟାଉନ ଥାନା ନିକଟରେ ପହଞ୍ଚିଥିଲା ସୁଭଦ୍ରାଙ୍କ ରଥ । ଆସନ୍ତାକାଲି କାଳିଆ ସାଆନ୍ତଙ୍କ ରଥଟଣା ହେବ । ପରମ୍ପରା ଅନୁସାରେ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ହେଉଥିବାରୁ ଲୋକାରଣ୍ୟ ହୋଇଉଠିଛି ସମଗ୍ର ପରିବେଶ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସାରା ପରିବେଶ । ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନର ଦୃଶ୍ୟ ଭାବମୟ ପରିବେଶ ସୃଷ୍ଟି କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏପଟେ ଦ୍ବିତୀୟ ଶ୍ରୀକ୍ଷେତ୍ରକୁ ଆଜି ସିନେ ତାରକାଙ୍କ ଠାରୁ ଆରମ୍ଭ ନେତା ମନ୍ତ୍ରୀଙ୍କ ସୁଅ ଛୁଟିଥିଲା । କାଳିଆର ସାନିଧ୍ୟ ଲାଭ କରିବାକୁ କାହିଁ କେତେ ଦୂରରୁ ଛୁଟି ଆସିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ସମସ୍ତଙ୍କ ମନରେ ଗୋଟିଏ ଆଶା ଜଗାକୁ ଦେଖିବେ ରଥ ଟାଣିବେ । ଆଜି ସିନେ ତାରକା ସ୍ବରାଜ ବାରିକ ଓ ମନ୍ତ୍ରୀ ସୁଦାମ ମାର୍ଣ୍ଡି ରଥ ଟାଣିଥିଲେ । ଅନ୍ୟପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:କଟକରେ ଫନି ପ୍ରଭାବିତ ଙ୍କୁ ସାହାଯ୍ୟର ହାତ ବଢ଼ାଇଛି କ୍ରେଡା଼ଇ ସଂସ୍ଥା।କଟକରେ ଆଜି ୫୦ ଜଣ ବସ୍ଥିବାସିନ୍ଦାକୁ ସାହାଯ୍ୟ କରିଛି ଏହି ସଂସ୍ଥା।ଛପର ଘର ଉଡି ଯାଇଥିବାରୁ ସେମାନଙ୍କୁ ଟିଣ ଓ ସୋଲାର ସେଟ ପ୍ରଦାନ କରାଯାଇଛି।କଟକ,ଭୁବନେଶ୍ୱର ଓ ପୁରୀ ରେ ପାଖା ପାଖି 5ଶହ ରୁ 7 ଶହ ଲୋକଙ୍କୁ ସାହାଯ୍ୟ କରିବାକୁ ଯୋଜନା ରଖିଛି ଏହି ସଂସ୍ଥା।ଅନ୍ୟପଟେ ସଂସ୍ଥାର ଏହି ପ୍ରୟାସ କୁ ସ୍ୱାଗତ କରିଛନ୍ତି କଟକ ବାରବାଟୀ ବିଧାୟକ।ଏଭଳି ସାହାଯ୍ୟ ସହର ବାସୀଙ୍କ ପାଇଁ ଆଗକୁ ଜାରିରଖିବାକୁ ବିଧାୟକ ଅନୁରୋଧ କରିଛନ୍ତି।

ବାଇଟ- ସଭାପତି,କ୍ରେଡା଼ଇ।
ବାଇଟ - ଇଂ ମହମ୍ମଦ ମୋକିମ, କଟକ ବାରବାଟୀ ବିଧାୟକ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.