ବାରିପଦା : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଗୋରୁ ଚୋରାଚାଲଣ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୋଲିସ ପାଟ୍ରୋଲିଂ ସମୟରେ ୧୧୪ ଅଧିକ ଗୋରୁ ସହ ୫ଟି ପିକଅପ ଭ୍ୟାନ ସହ ଜବତ କରିଛି ପୋଲିସ । ଏହାସହ ୬ ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ, ରାଜ୍ୟ ବାହାରକୁ ଗୋରୁ ଚୋରା ଚାଲାଣ ନେଇ ପୋଲିସକୁ ଖବର ମିଳିଥିଲା ।
ରାସଗୋବିନ୍ଦପୁର ପୋଲିସ ପାଟ୍ରୋଲିଂ ସମୟରେ ଖବର ପାଇ ସୁବାନଡ଼ିହି ଛକ ନିକଟରେ ଛକି ରହିଥିଲା । ଏହି ସମୟରେ ୫ଟି ପିକଅପ ଭ୍ୟାନରେ ଏକାଧିକ ଗୋରୁ ଚାଲାଣ ହେଉଥିଲେ । ଫଳରେ ପୋଲିସ ଭ୍ୟାନ ଗୁଡିକୁ ଅଟକାଇ ଥିଲା । ଏହାସହ ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ଡ୍ରାଇଭର ଓ ହେଲପର ମିଶି ୬ ଜଣ ଅଟକ ଥିବାବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।
ସମସ୍ତେ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ବସ୍ତା ଓ ରୁପସା ଥାନା ଅଞ୍ଚଳର ବୋଲି ଜଣାପଡିଛି । ତେବେ ରାସଗୋବିନ୍ଦପୁର ଆଇଆଇସି ସମସ୍ତ ଗୋରୁଙ୍କୁ ପ୍ରାଥମିକତା ଚିକିତ୍ସା ପରେ ବାଲେଶ୍ବର ଗୋଶାଳାକୁ ପଠାଯିବାର ବ୍ୟବସ୍ଥା କରିଛନ୍ତି । ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ