ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେଵ ଜିଉଙ୍କ ରଥଯାତ୍ରା କୋରୋନା ପାଇଁ ଚଳିତ ବର୍ଷ ବନ୍ଦ ରହିଛି । ତତ୍କାଳୀନ ମୟୂରଭଞ୍ଜ ମହାରାଜା ୧୫୭୫ ମସିହାରେ ବାରିପଦା ଠାରେ ମନ୍ଦିର ନିର୍ମାଣ ସହ ଆରମ୍ଭ କରିଥିଲେ ରଥଯାତ୍ରା । ଚଳିତ ବର୍ଷ କୋରୋନା ପାଇଁ ଭାଙ୍ଗିଛି ୪୪୫ ବର୍ଷର ପରମ୍ପରା ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେଵଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥିବା ବେଳେ ବାରିପଦାରେ ହରିବଳଦେଵ ଜୀଉଙ୍କ ନୀତିକାନ୍ତି ମନ୍ଦିର ପରିସରରେ ପାଳନ ହେଉଛି ବୋଲି କହିଛନ୍ତି ମହାପ୍ରଭୁଙ୍କ ସେବାୟତ ମାନେ । ବାରିପଦା ଜଗନ୍ନାଥ ମନ୍ଦିରଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲାଗିଛି । ଭକ୍ତଙ୍କ ବିନା ବାରିପଦା ବଡ଼ଦାଣ୍ଡ ଲାଗୁଛି ଖାଁ ଖାଁ। ଅନ୍ୟପଟେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ପରେ ରଥଖଳା ରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ରଥ କାରିଗର ମାନେ ଦୁଖଃ ପ୍ରକାଶ କରିଛନ୍ତି। ତେବେ କରୋନା ମହାମାରୀ କୁ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଭକ୍ତମାନେ ସ୍ବାଗତ କରିଥିବା ବେଳେ ପ୍ରଭୁଙ୍କ ରଥଯାତ୍ରା ପାଇଁ ଆଗାମୀ ବର୍ଷକୁ ଅପେକ୍ଷା କରିଛନ୍ତି ।
ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ବନ୍ଦ ସହ ଜିଲ୍ଲାରେ ମୋଟ ୧୦୧ ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ଥିବାବେଳେ ସମସ୍ତ ମନ୍ଦିର ପରିସରରେ ଲାଗିଛି ୧୪୪ ଧାରା ଜାରି କରାଯାଇଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ