ETV Bharat / state

ସାରସକଣା ୫୬ ନମ୍ବର ଜୋନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ

ସାରସକଣା ୫୬ନମ୍ବର ଜୋନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ । ଆସନ୍ତା ୧୧ରେ ହେବ ନିର୍ବାଚନ । ଅଧିକ ପଢନ୍ତୁୁ...

Campaigning for Sarashkana Zone 57 by-election  over
ସାରସକଣା ୫୬ନମ୍ବର ଜୋନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ
author img

By

Published : Feb 9, 2021, 10:49 PM IST

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକର ୫୬ ନମ୍ବର ଜୋନରେ ଉପନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ସରିଛି ପ୍ରଚାର । ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟକୁ ଲାଗି ରହିଥିବା ଏହି ବ୍ଲକ ସାମାଜିକ ଓ ରାଜନୈତିକ ଦୃଷ୍ଟିକୋଣରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସାରସକଣା ବ୍ଲକରେ ଜିଲ୍ଲା ପରିଷଦର ୫୫ ଓ ୫୬ ନମ୍ବର ୨ଟି ଜୋନ ରହିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ସଦସ୍ୟ ଭାବରେ ସ୍ବାଧିନ ପ୍ରାର୍ଥୀ ଭୁବନେଶ୍ବର ମହାନ୍ତଙ୍କୁ ନିର୍ବାଚିତ ହୋଇଥିଲେ। ଗତ ଅକ୍ଟୋବର ୧୬ ତାରିଖରେ ଭୁବନେଶ୍ବର ମହାନ୍ତଙ୍କ ଦେହାନ୍ତ ପରେ ୫୬ ନମ୍ବର ଜିଲ୍ଲା ପରିଷଦ ଆସନଟି ଖାଲି ରହିଥିଲା ।

ସାରସକଣା ୫୬ନମ୍ବର ଜୋନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ

ଚଳିତ ଉପନିର୍ବାଚନରେ ବିଜେଡି ପୂର୍ବତନ ଜିଲ୍ଲାପରିଷଦ ଭୁବନେଶ୍ବର ମହାନ୍ତଙ୍କ ପୁଅ ତୁଷାରେନ୍ଦୁ ମହାନ୍ତକୁ ଟିକେଟ ଦେଇଛି। ସେହିପରି ବିଜେପିରୁ ବଂଶୀଧର ବେରା, ଜେ ଏମ୍ ଏମ୍ ରୁ ପ୍ରଦୀପ କୁମାର ମହାନ୍ତ ଓ ସ୍ବାଧୀନ ପ୍ରାର୍ଥୀ ଭାବେ କୁଡୁମୀ ସେନାରୁ ବିଶ୍ଵନାଥ ମହାନ୍ତ ନିର୍ବାଚନି ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତା ୧୧ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଆଜି ପ୍ରଚାର ଶେଷ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.