ETV Bharat / state

ପ୍ରେମିକାର ଘର ସାମ୍ନାରେ ପ୍ରେମିକର ଆତ୍ମହତ୍ୟା, ଛାନଭିନ୍ ଜାରି - ପ୍ରେମିକାର ଘର ଦୁଆରରେ ପ୍ରେମିକର ଆତ୍ମହତ୍ୟା

ପ୍ରେମିକା ଘର ଦୁଆରେ ପ୍ରେମିକର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ

ପ୍ରେମିକାର ଘର ସାମ୍ନାରେ ପ୍ରେମିକର ଆତ୍ମହତ୍ୟା, ଛାନଭିନ୍ ଜାରି

author img

By

Published : Jul 27, 2022, 8:33 PM IST

ରାଇରଙ୍ଗପୁର : ପ୍ରେମିକା ଘର ଦୁଆରେ ପ୍ରେମିକର ଆତ୍ମହତ୍ୟା । ପ୍ରେମିକାକୁ ଦେଖା ନ କରି ପାରି ବିଷ ପିଇଦେଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ମୟୂରଭଞ୍ଜ କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜନୈକ ମୁସଲମାନ ସମ୍ପ୍ରଦାୟର ଝିଅକୁ ସେହି ସମ୍ପ୍ରଦାୟର ପୁଅ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ବହଡାଗୁଡା ଅଞ୍ଚଳର ସାହିଲ ନାମକ ଯୁବକ ମଙ୍ଗଳବାର ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ପ୍ରେମିକାକୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଝିଅର ଘରଲୋକେ ପୁଅକୁ ଏଥିରୁ ବାରଣ କରିବାରୁ ପ୍ରେମିକାର ଦୁଆରେ ହିଁ ପ୍ରେମିକ ସାହିଲ ଫିନାଇଲ ଓ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

ଫଳରେ ଘଟଣାସ୍ଥଳରେ ସାହିଲଙ୍କ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ ଆଣିଥିଲେ । ହେଲେ ଏଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ପ୍ରେମ ପାଇଁ ଯୁବକ ଜଣକ ନିଜ ପ୍ରେମିକା ଦୁଆରେ ଆତ୍ମହତ୍ୟା କରିଥିବା ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.