ETV Bharat / state

ବିରୋଧୀଙ୍କ ଅପପ୍ରଚାରକୁ ଦୃଢ ନିନ୍ଦା କଲେ ବିଜେଡି କର୍ମକର୍ତ୍ତା - RAIRANGPUR NEWS

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମଙ୍କୁ 'ହିଟଲର’ ଆଖ୍ୟା ଦେଇ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ୧୦ ଜଣ ସମିତି ସଭ୍ୟ ବିଦ୍ରୋହାଭିମୁଖୀ ହୋଇଛନ୍ତି । କିଛି ଲିଫଲେଟ ମାଧ୍ୟମରେ ଏହି ଅନାସ୍ଥା ପ୍ରସ୍ତାବ ପ୍ରକାଶିତ କରାଯାଇ ବିଜେଡି ବିରୋଧରେ ମିଥ୍ୟା ଅପପ୍ରଚାର କରୁଥିବାରୁ ବିରୋଧୀଙ୍କୁ ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ...

ବିରୋଧୀଙ୍କ ଅପପ୍ରଚାରକୁ ଦୃଢ ନିନ୍ଦା କଲେ ବିଜେଡି କର୍ମକର୍ତ୍ତା

author img

By

Published : Sep 18, 2020, 7:11 PM IST

ରାଇରଙ୍ଗପୁର: ବିଜେଡି ବିରୋଧରେ ଅପପ୍ରଚାରକୁ ଦୃଢ ନିନ୍ଦା । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମଙ୍କୁ 'ହିଟଲ'ର ଆଖ୍ୟା ଦେଇ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ୧୦ ଜଣ ସମିତି ସଭ୍ୟ ବିଦ୍ରୋହାଭିମୁଖୀ ହୋଇଛନ୍ତି । କିଛି ଲିଫଲେଟ ମାଧ୍ୟମରେ ଏହି ଅନାସ୍ଥା ପ୍ରସ୍ତାବ ପ୍ରକାଶିତ କରାଯାଇ ବିଜେଡି ବିରୋଧରେ ମିଥ୍ୟା ଅପପ୍ରଚାର କରୁଥିବାରୁ ବିରୋଧୀଙ୍କୁ ନିନ୍ଦା କରାଯାଇଛି ।

ବହଳଦା ବ୍ଲକର ଅଧ୍ୟକ୍ଷ ଓ ବିଜେଡିର ନେତୃମଣ୍ଡଳୀକୁ ଟାର୍ଗେଟ କରାଯାଇ ବିଜେଡି ଦଳକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଥିବାର ଖବର ପାଇବା ପରେ ବିଜେଡିର ସମସ୍ତ ସମିତି ସଭ୍ୟ, ସଭ୍ୟା ଏକତ୍ରିତ ହୋଇ ଘଟଣାକୁ ନେଇ ଦୃଢ ନିନ୍ଦା କରିଛନ୍ତି। ଶୁକ୍ରବାର ଏ ସଂକ୍ରାନ୍ତରେ ଝରାଡିହି ଠାରେ ଏକ ଜରୁରୀକାଳୀନ ବୈଠକ ବିଜେଡି ନେତା ରତିକାନ୍ତ ପରିଚ୍ଛାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଃ, ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ, ବରିଷ୍ଠ ନେତା ସଚ୍ଚିନ୍ଦ୍ର ଦାସ, ହରେକୃଷ୍ଣ ମଣ୍ଡଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗମାତ ହେମ୍ବ୍ରମ ପ୍ରମୁଖ ବୈଠକରେ ସାମିଲ ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସୁପରିକଳ୍ପିତ ବୋଲି ପ୍ରମାଣିତ ହୋଇଥିଲା। ଦଳରେ ସବୁକିଛି ସାମାନ୍ୟ ରହିଥିବା ବେଳେ ଦଳ ବିରୋଧୀ ଗତିବିଧିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ଉପସ୍ଥିତ ନେତାମାନେ ନିଷ୍ପତ୍ତି ନେଇଥିଲେ ।

ବିରୋଧୀଙ୍କ ଅପପ୍ରଚାରକୁ ଦୃଢ ନିନ୍ଦା କଲେ ବିଜେଡି କର୍ମକର୍ତ୍ତା

ଏଥିସହ ଦଳ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ବିଜେଡି ଦଳର ପାଣ୍ଠି ଅର୍ଥ ଆତ୍ମସାତ୍ କରି ଦଳରୁ ବିତାଡିତ ହୋଇ ବହଳଦା ଅଞ୍ଚଳରେ ଲୋକପ୍ରିୟତା ହରାଇଥିବା ଜନୈକ ନେତାଙ୍କ ଏପ୍ରକାର କାର୍ଯ୍ୟକଳାପକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି ଦଳର ବରିଷ୍ଠ ନେତା ସଚ୍ଚିନ୍ଦ୍ର ଦାସ ମତ ପ୍ରକାଶ କରିଛନ୍ତି । ଉକ୍ତ ବୈଠକରେ ୧୨ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୮ ଜଣ ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହି ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମଙ୍କ ସପକ୍ଷରେ ମତାମତ ପ୍ରକାଶ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.