ETV Bharat / state

ତେଜୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି, ମୟୂରଭଞ୍ଜରେ ବିଜେପିର ବିକ୍ଷୋଭ

ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ଓ ମମିତାଙ୍କୁ ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିକ୍ଷୋଭ କରିଛି ବିଜେପି । ଅଧିକ ପଢନ୍ତୁ...

ତେଜୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ

author img

By

Published : Oct 21, 2021, 8:20 PM IST

Updated : Oct 21, 2021, 8:34 PM IST

ବାରିପଦା: ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ । ମମିତାକୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ମୟୂରଭଞ୍ଜ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ତେଜୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ଧୀରେ ଧୀରେ ଜୋର ଧରୁଛି । ଘଟଣାରେ ସମ୍ପୁକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛି ବିଜେପି। ଏଥିସହ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ବିଜେପି ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ବରଖାସ୍ତ ଓ ଗିରଫ ଦାବି କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତାକାଲି(ଶୁକ୍ରବାର) ମୟୂରଭଞ୍ଜ ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତକୁ ବିରୋଧ ମଧ୍ୟ କରିଛି ବିଜେପି ।

ମହାଲିଙ୍ଗ ସନସାଇନକୁ ରାଜ୍ୟ ସରକାର ଏତେ ଅନୁକମ୍ପା କାହିଁକି ବୋଲି ପ୍ରଶ୍ନ କରିଛି ବିଜେପି । ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଆଗାମୀ ଦିନରେ ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ସହ ବରଖାସ୍ତ ନ କରାଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 21, 2021, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.