ETV Bharat / state

ବେଆଇନ ମଦ ଚାଲାଣ ଘଟଣାରେ ବିଜେପି ନଗର ସଭାପତି ଗିରଫ

ବେଆଇନ ମଦ ଚାଲାଣ ଘଟଣାରେ ବିଜେପି ନଗର ସଭାପତିଙ୍କୁ ନାଟକୀୟ ମୋଡରେ ପୋଲିସ ଗିରଫ କରିଥିବା ଅଭିଯୋଗ ହେଉଛି । ଯାହାକୁ ଆକ୍ରୋଶ ମୂଳକ ଭାବେ କୁହାଯିବା ସହ କିଛି ବ୍ୟବସାୟିକ ଏବଂ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ନେଇ କିଛି ରୁଲିଂ ପାର୍ଟିର ରାଜନୈତିକ ବଡ଼ ନେତାଙ୍କ ନିର୍ଦ୍ଦେଶ କ୍ରମେ ପୋଳିସ ତାଙ୍କୁ ଗିରଫ କରିଥିବା କୁହାଯାଉଛି।

rairangpur
ବିଜେପି ନଗର ସଭାପତି ଗିରଫକୁ ନେଇ ଉତ୍ତେଜନା
author img

By

Published : Jun 12, 2020, 6:50 PM IST

Updated : Jun 12, 2020, 7:01 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ବିଜେପି ନଗର ସଭାପତିଙ୍କୁ ନାଟକୀୟ ମୋଡରେ ଗିରଫ ଅଭିଯୋଗ । ବେଆଇନ ମଦ ଚାଲାଣ ଘଟଣାରେ ବିଜେପି ନଗର ସଭାପତିଙ୍କୁ ନାଟକୀୟ ମୋଡରେ ପୋଲିସ ଗିରଫ କରିଥିବା ଅଭିଯୋଗ ହେଉଛି । ଯାହାକୁ ଆକ୍ରୋଶ ମୂଳକ ଭାବେ କୁହାଯିବା ସହ କିଛି ବ୍ୟବସାୟିକ ଏବଂ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ନେଇ କିଛି ରୁଲିଂ ପାର୍ଟିର ରାଜନୈତିକ ବଡ଼ ନେତାଙ୍କ ନିର୍ଦ୍ଦେଶ କ୍ରମେ ପୋଳିସ ତାଙ୍କୁ ଗିରଫ କରିଥିବା କୁହାଯାଉଛି।

ବିଜେପି ନଗର ସଭାପତି ଗିରଫକୁ ନେଇ ଉତ୍ତେଜନା

ଗତ 9 ତାରିଖରେ ଏକ ମିନିଟ୍ରକରେ କରଞ୍ଜିଆ ଅଞ୍ଚଳର ମଦ ବ୍ୟବସାୟୀ ତଥା ବରିଷ୍ଟ ବିଜେପି ନେତା ଗିରିଧାରୀ ପୃଷ୍ଟି ଏବଂ ତାଟ ଅଞ୍ଚଳରେ ଥିବା ମଦ ବ୍ୟବସାୟୀ ତଥା ବିଜେପି ନଗର ସଭାପତି ରୋହିତ ପୃଷ୍ଟିଙ୍କ ମଦ ଯାଉଥିବା ବେଳେ ପୋଲିସ ପେଟ୍ରୋଲିଂରେ ଧରାପଡିଥିଲେ । ଯାଞ୍ଚ ପରେ ସେଥିରୁ ୩୦ କାର୍ଟୁନ ବିୟର ବେଆଇନ ଚାଲାଣ ହେଉଥିବା ଜାଣି ଗାଡି ଡ୍ରାଇଭର ଏବଂ ଦୋକାନ ମ୍ୟାନେଜରଙ୍କୁ ଅଟକ ରଖିଥିଲା ପୋଲିସ ।

ତେବେ ମଦ ବ୍ୟବସାୟୀ ରହିତ ପୃଷ୍ଟିଙ୍କ କହିବା ମୁତାବକ, ତାଙ୍କ ଦୋକାନକୁ ୪୭ କାର୍ଟୁନ ମଦ ଅନଲାଇନ ବୁକିଂ ଡେଲିଭରି ଦେବା ପାଇଁ ଯାଉଥିବାବେଳେ ଧରିଥିଲା ପୋଲିସ। ଚାଲାଣର ସମସ୍ତ ଦସ୍ତାବିଜ ମଧ୍ୟ ପୋଲିସକୁ ଦେଇଥିଲେ ମଧ୍ୟ ଅତି ନାଟକୀୟ ମୋଡ଼ରେ ରହିତ ପୃଷ୍ଟିଙ୍କୁ ଗିରଫ କରିଥିଲା ପୋଲିସ । ତେବେ ରୋହିତ ତାଙ୍କ ଓକିଲଙ୍କ ଜରିଆରେ କୋଭିଡ-19 ପାଇଁ ଓଡ଼ିଶା ହାଇକୋର୍ଟ ଦେଇଥିବା ସବୁ ଦସ୍ତାବିଜ ଦେଇଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରୁଥିବା ବେଳେ ରୋହିତ ପୃଷ୍ଟି କୋର୍ଟ ପରିସରରେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର।

ତେବେ ଏସବୁ ଘଟଣା ଏକ ନାଟକୀୟ ମୋଡ଼ ପରି ମନେ ହେଉଥିଲେ ବି କିଛି ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଶ୍ରୀ ପୃଷ୍ଟିଙ୍କୁ ରାଜନୈତିକ ପଶାପାଲିରେ ବଳି ପକେଇଥିବା ଅଭିଯୋଗ କରିଛନ୍ତି ରୋହିତଙ୍କ ବଡଭାଇ । ଏହାକୁ ନେଇ ଥାନା ଏବଂ ମେଡ଼ିକାଲ ପରିସରରେ କିଛି ସମୟ ପାଇଁ ଚାପା ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jun 12, 2020, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.