ETV Bharat / state

ବିଜେପି ଟିକେଟ ବଣ୍ଟାକୁ ନେଇ ମୟୂରଭଞ୍ଜରେ ଉତ୍ତେଜନା

ମୟୂରଭଞ୍ଜ ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀରେ ସୁଗଦା ମୁର୍ମୁଙ୍କୁ ଟିକେଟ ଦେଇଛି  ବିଜେପି । ଯାହାକୁ ବିରୋଧ କରିଛନ୍ତି ବିଜେପି କର୍ମୀ । ତେବେ ଦଳର ଏହି ନିଷ୍ପତ୍ତିକୁ  ପୁନର୍ବାର ବିଚାର କରାଯାଉ ବୋଲି କର୍ମୀମାନେ କହିଛନ୍ତି । ଏନେଇ ମୟୂରଭଞ୍ଜ ଜିଲ୍ଲାର ବିଜେପି ସଭାପତିଙ୍କ ଜରିଆରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି ।

author img

By

Published : Mar 23, 2019, 11:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୁରଭଞ୍ଜ : ଟିକେଟ ବଣ୍ଟନକୁ ନେଇ ଆରମ୍ଭ ହୋଇଯାଇଛି କନ୍ଦୋଳ । ବିଜେପି ନିଜର 121 ଟି ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିବା ପରେ ଅନେକ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପିର ଟିକେଟ ବଣ୍ଟନ ପରେ ରାଜ୍ୟସାରା ଦେଖା ଦେଇଛି ବିଦ୍ରୋହ । ଏହି ପରିପେକ୍ଷୀରେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ବିରୋଧ ପ୍ରଦର୍ଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀରେ ସୁଗଦା ମୁର୍ମୁଙ୍କୁ ଟିକେଟ ଦେଇଛି ବିଜେପି । ଯାହାକୁ ବିରୋଧ କରିଛନ୍ତି ବିଜେପି କର୍ମୀ । ତେବେ ଦଳର ଏହି ନିଷ୍ପତ୍ତିକୁ ପୁନର୍ବାର ବିଚାର କରାଯାଉ ବୋଲି କର୍ମୀମାନେ କହିଛନ୍ତି । ଏନେଇ ମୟୂରଭଞ୍ଜ ଜିଲ୍ଲାର ବିଜେପି ସଭାପତିଙ୍କ ଜରିଆରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି ।

ସୁଗଦା ମୁର୍ମୁଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନ ଥିବାରୁ ବିଜୟ ସମ୍ଭାବନା କମ୍‌ ଥିବା ଦର୍ଶାଇଛନ୍ତି ବିଜେପି କର୍ମୀ । ତେଣୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ବିଜେପି ଏସ.ଟି ମୋର୍ଚ୍ଚାର ଜିଲ୍ଲା ସଭାପତି ଭାରତୀ ହଂସଦା, 28 ନମ୍ବର ଜୋନର ଜିଲ୍ଲା ପରିଷଦ ସରସ୍ୱତୀ ନାୟକ ଓ ବିଜେପି ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ନାୟକ ଏହାର ନେତୃତ୍ୱ ନେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.