ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଦାବି କରିଛି ବିଜେପି - ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଦାବି

ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରିଛି ବିଜେପି। ଅଧିକ ପଢନ୍ତୁ...

ଦ୍ବିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଦାବି କରିଛି ବିଜେପି

author img

By

Published : Jun 16, 2021, 8:26 PM IST

ବାରିପଦା: ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦେଇ ନାହାଁନ୍ତି ରାଜ୍ୟ ସରକାର । ତେବେ ପୁରୀ ଭଳି ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରିଛି ବିଜେପି। ଆଜି(ବୁଧବାର) ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ବାରିପଦାର ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ଉପସ୍ଥାପନ କରିଛି ବିଜେପି।

ଦ୍ବିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ଦାବି କରିଛି ବିଜେପି

କୋଭିଡ ନିୟମ ପାଳନ କରି ପୁରୀ ଭଳି ବାରିପଦାରେ ମଧ୍ୟ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛି ବିଜେପି। ବିଜେପି ଜିଲ୍ଲା ସଭାପତି କାନ୍ଦରା ସରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ବିଜେପି ବିଧାୟକ ପ୍ରକାଶ ସରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢ଼ାନ ମୂର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୂର୍ମୁ ପ୍ରମୁଖ ଯୋଗ ଦେଇଥିଲେ। ବିଜେପିର ଅଭିଯୋଗ ଅନୁଯାୟୀ ଯଦି ରାଜ୍ୟ ସରକାର ରଥଯାତ୍ରା ପାଇଁ ଅନୁମତି ଦେଉନାହାନ୍ତି, ତେବେ ଗତବର୍ଷ ୧୬ ଲକ୍ଷ ଟଙ୍କା ଓ ଚଳିତ ବର୍ଷ ୧୦ ଲକ୍ଷ ଟଙ୍କା କାହିଁକି ଖର୍ଚ୍ଚ କଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଜିଲ୍ଲା ସଭାପତି। ଅନ୍ୟପକ୍ଷରେ ରାଜ୍ୟ ସରକାର ତୁରନ୍ତ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଅନୁମତି ଦିଅନ୍ତୁ ବୋଲି ଦାବି କରିଛନ୍ତି ମୟୂରଭଞ୍ଜ ବିଜେପି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.