ETV Bharat / state

ପୌର ଫାଇଟ: ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ବିଜେଡି-ବିଜେପି ପ୍ରାର୍ଥୀ - ରାଇରଙ୍ଗପୁର ନିର୍ବାଚନ ଅପଡେଟ ଖବର

ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ଓ ବିଜେପି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ନିର୍ବାଚନ ପାଇଁ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀ । ଅଧିକ ପଢନ୍ତୁ

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ଓ ବିଜେପି

author img

By

Published : Mar 7, 2022, 5:41 PM IST

ରାଇରଙ୍ଗପୁର: ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ଓ ବିଜେପି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ନିର୍ବାଚନ ପାଇଁ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଓ କାଉନସିଲର ପ୍ରାର୍ଥୀ । ବିଜେଡି ଦଳ ପକ୍ଷରୁ ରାଇରଙ୍ଗପୁର ପୌରପରିଷଦର ସମସ୍ତ କାଉନସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ କଲ୍ୟାଣ ମଣ୍ଡପରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ।

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ଓ ବିଜେପି

ପ୍ରଥମରୁ କଂଗ୍ରେସ ଓ ବିଜେପି ଦଖଲରେ ରହି ଆସିଥିବା ରାଇରଙ୍ଗପୁର ପୌରପରିଷଦକୁ ବିଜେଡି କିଭଳି ହାତେଇବ ସେନେଇ ପୁରା ଦମ ଲଗାଇଛି ବିଜେଡି । ପୂର୍ବତନ କାଉନସିଲର ତଥା ବିଜେଡିର ଯୁବ ଜିଲ୍ଲା ସଭାପତି ଅଭିଷେକ ପଟ୍ଟନାୟକଙ୍କୁ ଦଳ ଭରସା କରି ଅଧ୍ଯକ୍ଷ ପ୍ରାର୍ଥୀ କରିଛି । ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ ୧୫ଟି କାଉନସିଲର ପ୍ରାର୍ଥୀଙ୍କୁ ନେଇ ନିଜ ନିଜ ସମର୍ଥକଙ୍କ ସହ ବଜାର ପରିକ୍ରମା କରି ଶକ୍ତି ପ୍ରଦର୍ଶନ କରିଥିଲେ ।

ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଧୂଳି ଚଟାଇଥିବା ବିଜେଡି ପୌର ନିର୍ବାଚନରେ ମଧ୍ୟ ସେହି ସଫଳତା ହାସଲ କରିବା ନେଇ ଲକ୍ଷ୍ୟ ରଖିଛି । ସେହିପରି ବିଜେପି ଦଳ ମଧ୍ୟ ଜଗନ୍ନାଥ ମନ୍ଦିରରୁ ସମସ୍ତ ପ୍ରାର୍ଥୀ ଓ ସମର୍ଥକଙ୍କ ସହ ବିରାଟ ପଟୁଆରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରାଇରଙ୍ଗପୁର ପୌର ପରିଷଦକୁ ଦୀର୍ଘ ୨୫ ବର୍ଷ ହେବ ବିଜେପି ଦଖଲରେ ରଖିଥିଲା । ଚଳିତ ଥର ମଧ୍ୟ ନିଜ ଦଖଲରେ ରଖିବା ନେଇ ବିଜେପିର ରାଜ୍ୟ ସମ୍ପାଦକ ତଥା ୩ ଥର ଲଗାତାର ଜିତି ଆସିଥିବା କାଉନସିଲର ନବୀନ ରାମକୁ ଅଧ୍ୟକ୍ଷ ପ୍ରାର୍ଥୀ କରିଛି ବିଜେପି । ପଞ୍ଚାୟତ ନିର୍ବାଚନରେ ବିଜେପିର ନୈରାଶଜନକ ପରାଜୟ ହୋଇଥିବା ବେଳେ ରାଇରଙ୍ଗପୁର ପୌରପରିଷଦକୁ ଦଖଲ କରିବା ବିଜେପି ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ହୋଇପଡିଛି । ସେଥିପାଇଁ ପୌର ପରିଷଦରେ ନିଜର ଦବଦବା କାଏମ ରଖିବା ନେଇ ୧୫ଟି ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦରେ ୧୫ ଜଣ ଦକ୍ଷ କାଉନସିଲର ପ୍ରାର୍ଥୀ ସହ ହେଭିୱେଟ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ କରିଛି ବିଜେପି । ତେବେ ଦେଖିବାକୁ ବାକି ରହିଲା କିଏ ହାତେଇବ ରାଇରଙ୍ଗପୁର ପୌର ପରିଷଦ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.