ETV Bharat / state

ସ୍ମୃତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଶ୍ୟାମ ଚରଣ, ଝୁରୁଛି ପାହାଡପୁର

author img

By

Published : Apr 2, 2023, 10:13 AM IST

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡ଼ପୁର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ

birth anniversary of shyama charan murmu

ରାଇରଙ୍ଗପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ । ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡ଼ପୁର ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ 66ତମ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି ପାହାଡପୁର ଗ୍ରାମବାସୀଙ୍କ ସମେତ ଉକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ । ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜ୍ୱାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ ମଧ୍ୟ ଉପସ୍ଥିତ ଥିଲେ । ସ୍କୁଲର ଉପସଭାପତି ମୁନା ପ୍ରତିହାରୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ବିଭିନ୍ନ ସମାଜସେବୀଙ୍କ ସହିତ ଜ୍ବାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ ଉପସ୍ଥିତ ରହି ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ ।

ତେବେ ଏହି ଅବସରରେ ରେଡ ସ୍ୱସ୍ତିକ ପକ୍ଷରୁ ଅଞ୍ଚଳବାସୀଙ୍କୁ ଶୁଖିଲା ଖାଦ୍ୟ ଏବଂ ପୋଷାକ ବଣ୍ଟନ କରାଯାଇଥିଲା । ଗତକାଲି ଠାରୁ ପାହାଡ଼ପୁରରେ ୫ଜି ସେବାର ଶୁଭାରମ୍ଭ ସହ ଗ୍ରାମବାସୀଙ୍କ ପାଇଁ ସିଏସସି ଗାଡ଼ି ଚଳାଚଳର ଶୁଭାରମ୍ଭ କରାଯାଇଥିଲା । ଏହା ଦ୍ୱାରା ଲୋକମାନେ ସିଧସଳଖ ବ୍ୟାଙ୍କିଙ୍ଗ, ଆଧାର ଭଳି ସମସ୍ତ କାର୍ଯ୍ୟ ଘରେ ଥାଇ କରିପାରିବେ । ଏହି ସିଏସସି ଗାଡ଼ିଟି ସବୁ ଗ୍ରାମ ବୁଲି ଲୋକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବ । ଆଗାମୀ ଦିନରେ ପାହାଡପୁର ଗ୍ରାମବାସୀ ଏବଂ ଏସଏଲଏସ ବିଦ୍ୟାଳୟ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଗଣେଶ ଚନ୍ଦ୍ର ହେମ୍ବ୍ରମ ସୂଚନା ଦେଇଥିଲେ ।

ପ୍ରକାଶ ଯୋଗ୍ୟ, ଶ୍ୟାମ ଚରଣ ମୁର୍ମୁ ୧୯୫୮ ମସିହା ଏପ୍ରିଲ ମାସ ୧ତାରିଖ କୁସୁମୀ ବ୍ଲକ ତଲକପୋଖରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାହାଡପୁର ଗ୍ରାମରେରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳ ତାଙ୍କର ଗ୍ରାମରେ କଟିଥିବା ବେଳେ ପରେ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବର ଆସିଥିଲେ । ଶିକ୍ଷା ସମାପ୍ତି ପରେ ବ୍ୟାଙ୍କ ଅଫ ଇଣ୍ଡିଆରେ କାର୍ଯ୍ୟ କରୁଥିଲେ ଶ୍ୟାମ ଚରଣ ମୁର୍ମୁ । ପରେ ୧୯୭୯ ମସିହାରେ ବିରଞ୍ଚି ନାରାୟଣ ଟୁଡୁ ଓ ସିନଗୋ ଟୁଡୁଙ୍କ ଝିଅ ଦ୍ରୌପଦୀ ଟୁଡୁଙ୍କୁ ବିବାହ କରିଥିଲେ । ପରେ ଶ୍ୟାମ ଚରଣ ମୁର୍ମୁ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବ୍ରାଞ୍ଚ ମ୍ୟାନେଜର ଭାବେ ଅବସର ଗ୍ରହଣ କରିଥିଲେ । ତେବେ ବଡ଼ପୁଅ ଲକ୍ଷ୍ମଣ, ସାନପୁଅ ସିପୁନ ଓ ଝିଅ ଇତିଶ୍ରୀ ସମେତ ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ ହସ ଖୁସିରେ ଦିନ କଟୁଥିବା ପରବର୍ତ୍ତୀ ସମୟରେ ଦୁଇ ପୁଅଙ୍କ ଅକାଳ ମୃତ୍ୟୁ ଘଟିଥିଲା ।

ଦୁଇ ପୁଅଙ୍କୁ ହରାଇ ବାପା ଶ୍ୟାମ ଚରଣ ମୁର୍ମୁ ଓ ମାଆ ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଦୁଇ ପୁଅକୁ ଝୁରିଝୁରି ଚିନ୍ତାଗ୍ରସ୍ତ ହୋଇ ଶେଷରେ ଶ୍ୟାମ ଚରଣ ମୁର୍ମୁ ୨୦୧୪ ମସିହା ଅଗଷ୍ଟ ଏକ ତାରିଖରେ ପ୍ରାଣତ୍ୟାଗ କରିଥିଲେ । ୨୦୧୬ ମସିହାରେ ସ୍ବାମୀ ଶ୍ୟାମ ଚରଣ ମୁର୍ମୁ, ପୁଅ ଲକ୍ଷ୍ମୀଣ ଓ ସିପୁନଙ୍କ ସ୍ମୃତିରେ ଦ୍ରୌପଦୀ ମୁର୍ମୁ ପାହାଡପୁର ସ୍ଥିତ ନିଜ ବାସଗୃ କୁ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ରୁପାନ୍ତରିତ କରିଥିଲେ । ସେହିଠାରେ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ସହିତ ଲକ୍ଷ୍ମଣ ଓ ସିପୁନର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ପ୍ରତ୍ୟେକ ବର୍ଷ ସେହି ସ୍କୁଲ ପରିସରରେ ଶ୍ୟାମ ଚରଣ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସ ପାଳନ କରିଥାନ୍ତି ଦ୍ରୌପଦୀ ମୁର୍ମୁଙ୍କ ସମେତ ସ୍ଥାନୀୟ ବାସିନ୍ଦା ଓ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ । ତେବେ ଦ୍ରୌପଦୀ ମୁର୍ମୁ ଏବେ ଭାରତର ମହାମହିମ ରାଷ୍ଟ୍ରପତି ପଦକୁ ଅଳଙ୍କୃତ କରିଥିବାରୁ ପ୍ରୋଟକଲ ଯୋଗୁଁ ପାହାଡପୁର ଗାଁରେ ଉପସ୍ଥିତ ହୋଇ ପାରିନଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.