ETV Bharat / state

ଇସ୍ପାତ କାରଖାନା ପ୍ରତିଷ୍ଠା ଦାବିରେ ଭଞ୍ଜସେନାର ବିକ୍ଷୋଭ

author img

By

Published : Jul 24, 2021, 9:31 AM IST

ଇସ୍ପାତ କାରଖାନା ପ୍ରତିଷ୍ଠା ଦାବିରେ ଭଞ୍ଜସେନାର ବିକ୍ଷୋଭ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ । ଅଧିକ ପଢନ୍ତୁ...

Bhanjasena protests demanding steel plant in mayurbhanja
ଇସ୍ପାତ କାରଖାନା ପ୍ରତିଷ୍ଠା ଦାବିରେ ଭଞ୍ଜସେନାର ବିକ୍ଷୋଭ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରଚୁର ପରିମାଣରେ ଭରି ରହିଛି ଖଣିଜ ସମ୍ପଦ । ହେଲେ ଏଯାଏଁ ଜିଲ୍ଲାରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇପାରି ନାହିଁ । ତେବେ ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସେଥିରୁ ବାଦ ପଡିଛି । ମୟୂରଭଞ୍ଜରେ ଖଣିଜ ସମ୍ପଦ ଭରପୁର ଥାଇ ସୁଦ୍ଧା ଜିଲ୍ଲାର ଯୁବକ ଓ ଯୁବତୀମାନେ କାମ ଧନ୍ଦା ନପାଇ ବାହାର ରାଜ୍ୟ ମାନଙ୍କୁ ଯାଇ ଦାଦନ ଖଟୁଛନ୍ତି।

ତେବେ ଜିଲ୍ଲାରୁ ବେକାରୀ ସମସ୍ୟା ଦୂରୀକରଣ ସହ ଜିଲ୍ଲାରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ଦାବିରେ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ଭଞ୍ଜସେନାର ଏକାଧିକ ସଦସ୍ୟ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.