ETV Bharat / state

ବିଭିନ୍ନ ଦାବିରେ ବିଦ୍ୟୁତ ଅଫିସରେ ତାଲା ପକାଇଲା ଭଞ୍ଜସେନା - Bhanjasena lock electricity office for various demand in mayurbhanj

ବିଦ୍ୟୁତ ଶୁକ୍ଳ ହ୍ରାସ, ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ବିଭାଗରେ ସ୍ଥାନୀୟ ଯୁବକକୁ ନିଯୁକ୍ତି ସୁଯୋଗ ଦାବିରେ ଆଜି ବାରିପଦା ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ଅଣରାଜନୈତିକ ସଂଗଠନ ଭଞ୍ଜସେନାର କର୍ମକର୍ତ୍ତା। ଅଧିକ ପଢନ୍ତୁ....

Bhanjasena lock  electricity office
ବିଭିନ୍ନ ଦାବିରେ ବିଦ୍ୟୁତ ଅଫିସରେ ତାଲା ପକାଇଲା ଭଞ୍ଜସେନା
author img

By

Published : Jul 28, 2021, 10:34 PM IST

ବାରିପଦା: ସ୍ଥାନୀୟ ଯୁବକକୁ ନିଯୁକ୍ତି ସୁଯୋଗ ଦାବିରେ ଆଜି ବାରିପଦା ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ଅଣରାଜନୈତିକ ସଂଗଠନ ଭଞ୍ଜସେନାର କର୍ମକର୍ତ୍ତା। ବିଦ୍ୟୁତ ଶୁକ୍ଳ ହ୍ରାସ, ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ବିଭାଗରେ ଅବ୍ୟବସ୍ଥାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି ଭଞ୍ଜସେନା ।

ବିଭିନ୍ନ ଦାବିରେ ବିଦ୍ୟୁତ ଅଫିସରେ ତାଲା ପକାଇଲା ଭଞ୍ଜସେନା

ନେସ୍କୋରୁ ଏବେ ଟାଟା ପାୱାର ହାତରେ ବିଦ୍ୟୁତ ବିଭାଗର ମାଲିକାନା । ତେବେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ତଥା ସମଗ୍ର ଜିଲ୍ଲାର ଘରୋଇ, ବାଣିଜ୍ୟ ଓ ଚାଷୀ ହିତାଧିକାରୀଙ୍କ ବିଦ୍ୟୁତ ବିଲ ଉପରେ ରିହାତି ପ୍ରଦାନ, ଜିଲ୍ଲା ଭିତ୍ତିକ ତଥା ସ୍ଥାନୀୟ ନିଯୁକ୍ତି ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ସେବାରେ ସୁଧାର ଆଣିବା ଦାବିରେ ବୁଧବାର ବାରିପଦା ସହର ବାଘଡା ରୋଡସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟରେ ଭଞ୍ଜସେନା ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ କରାଯାଇଛି । ଅଣରାଜନୈତିକ ସଂଗଠନ ଭଞ୍ଜସେନାର ଶତାଧିକ କର୍ମକର୍ତ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.